fbpx

ଐତିହାସିକ ହେବ ଆଜିର ଦିନ: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାରିତ ହେବ ମହିଳା ସଂରକ୍ଷଣ ବିଲ୍, ୨୭ ବର୍ଷ ଅପେକ୍ଷାର ହେବ ଅନ୍ତ

ନୂଆଦିଲ୍ଲୀ: ଆଜିର ଦିନ ବହୁତ ଐତିହାସିକ ହେବାକୁ ଯାଉଛି । ବାସ୍ତବରେ ଲୋକସଭାରେ ପାରିତ ହୋଇଥିବା ନାରୀ ଶକ୍ତି ବନ୍ଦନ ବିଲ୍ ମଧ୍ୟ ଆଜି ରାଜ୍ୟସଭା ଦ୍ୱାରା ପାରିତ ହେବ । ଏହା ପାସ ହେବା ପରେ ମହିଳା ସଶକ୍ତିକରଣରେ ଏକ ବଡ ପଦକ୍ଷେପ ହେବ ।

ଲୋକସଭା ତଥା ସମସ୍ତ ବିଧାନସଭା ନିର୍ବାଚନରେ ମହିଳା ପ୍ରତିନିଧୀଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ନାରୀ ଶକ୍ତି ବନ୍ଦନ ବିଲ୍ ଲୋକସଭାରେ ପାରିତ ହୋଇଛି । ଆଜି ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହେବ । ଏହା ଉପରେ ଆଲୋଚନା ପାଇଁ ସାଢ଼େ ସାତ ଘଣ୍ଟା ନିର୍ଦ୍ଧାରିତ କରାଯାଇଛି । ବିଜେପି ପକ୍ଷରୁ ଜେପି ନାଡ୍ଡା ଏବଂ ନିର୍ମଳା ସୀତାରମଣଙ୍କ ସମେତ ୧୪ ଜଣ ବକ୍ତା ଯୋଗଦେବେ । ଏଥି ସହ କଂଗ୍ରେସର ୫ ନେତା ଏହି ବିଲ୍ ଉପରେ ଭାଷଣ ଦେବେ । ରଞ୍ଜିତ ରଂଜନ, ରଜନୀ ପାଟିଲ, ଫୁଲୋ ଦେବୀ ଏବଂ କେସି ଭେନୁଗୋପାଲ ଏହି ମାମଲା ଉପସ୍ଥାପନ କରିବେ ।

ଏହାପୂର୍ବରୁ ବୁଧବାର ଦିନ ମହିଳା ସଂରକ୍ଷଣ ବିଲ୍ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ପାରିତ ହୋଇଥିଲା । ଏହାର ସପକ୍ଷରେ ୪୫୪ ଭୋଟ୍ ଦିଆଯାଇଥିଲା ଏବଂ ଏହା ବିରୋଧରେ ୨ ଭୋଟ୍ ଦିଆଯାଇଥିଲା । ଉଭୟ ଏଆଇଏମଆଇଏମ୍ ସାଂସଦ ଏହି ବିଲକୁ ବିରୋଧ କରିଥିଲେ । ଅସଦୁଦ୍ଦିନ ଓୱାଇସି ଏବଂ ଇମତିଆଜ ଜଲିଲ ଏହାର ପ୍ରତିବାଦରେ ଭୋଟ୍ ଦେଇଥିଲେ । ଓବିସି କହିଛନ୍ତି ଯେ, ଆମେ କରିଥିବା ଦାବି ଗ୍ରହଣ କରାଯାଇ ନାହିଁ, ସେଥିପାଇଁ ଆମେ ଏହି ବିଲକୁ ବିରୋଧ କରିଛୁ । ତେବେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ଜନଗଣନା କରାଯିବ ଏବଂ ପରେ ଡିଲିମିଟେସନ୍ କମିଶନ ଗଠନ କରାଯିବ । ଏହା ପରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ ହେବ ।

ବିଜେପି ଏବଂ କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ସାଂସଦମାନେ ମଧ୍ୟ ଏହି ବିଲ୍ ଉପରେ ନିଜର ମତ ଉପସ୍ଥାପନ କରିବେ । ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ଉପରେ ମତଦାନ ହେବ । ଯେଉଁପରିି ଭାବରେ ବିଲକୁ ସମର୍ଥନ ମିଳୁଛି, ଏହା ମଧ୍ୟ କୁହାଯାଇପାରେ ଯେ ଏହା ରାଜ୍ୟସଭାରେ ମଧ୍ୟ ସହଜରେ ପାରିତ ହେବ ।

Get real time updates directly on you device, subscribe now.