ଓଡ଼ିଶାରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ

ଭୁବନେଶ୍ୱର: ଗୋପାଳପୁରରେ ବିଶ୍ୱର ପ୍ରଥମ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। CMOର ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଏସିଏମଇ ଗ୍ରୁପ୍ ଏବଂ ଜାପାନର ଆଇଏଚ୍ଆଇ କର୍ପୋରେସନ୍ ଦ୍ୱାରା ପ୍ରାୟ ୧.୩ ଏମ୍ଟିପିଏ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରାଯିବ।

ଏସିଏମଇ ଗ୍ରୁପ୍ ଏବଂ ଆଇଏଚ୍ଆଇର ବରିଷ୍ଠ ଅଧିକାରୀମାନେ ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୩,୭୦୦ ଲୋକଙ୍କ ନିଯୁକ୍ତି ସୁଯୋଗ ଥିବା ଏହି ପ୍ରକଳ୍ପ ବିଷୟରେ ଅବଗତ କରାଇଛନ୍ତି। ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ମୋଟ ୬୦,୦ କୋଟି ଟଙ୍କା ବିନିଯୋଗ କରାଯିବ ଏବଂ ଏହି ସବୁଜ ଆମୋନିଆ ସବୁଜ ହାଇଡ୍ରୋଜେନରୁ ଉତ୍ପାଦନ ହେବ ଏବଂ ଉତ୍ପାଦନ କେନ୍ଦ୍ରଗୁଡ଼ିକ ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ହେବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି)ରେ ଏହି ପ୍ରକଳ୍ପ ପାଇଁ ଏସିଏମଇ ଗ୍ରୁପ୍ ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଇଜେଡ୍ଏଲ୍) ସହ ୩୪୩ ଏକର ଜମି ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛି। ଅଗଷ୍ଟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା