fbpx

Tooth Sensitivity ପାଇଁ ଚିନ୍ତିିତ କି ? ଉପସମ ପାଁଇ ଆପଣାନ୍ତୁ ଏହି ଘରୋଇ ଉପାୟ

Advertisement

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ Tooth Sensitivity କୁ ନେଇ ବହୁତ ଚିନ୍ତିତ ଥା’ନ୍ତି । କିଛି ବି ଥଣ୍ଡା କିମ୍ବା ଗରମ ଖାଇଲେ ଦାନ୍ତରେ ଝିମ୍‌ଝିମ୍ ଅନୁଭବ କରିଥାନ୍ତି । Tooth Sensitivity କୁ ଡେଣ୍ଟାଲ ହାଇପର ସେନ୍ସିଟିଭିଟି ମଧ୍ୟ କୁହାଯାଏ । ଏଥିପାଇଁ ଖାଇବା ପିଇବାରେ ଅନେକ ଅସୁବିଧା ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ ବିଷୟରେ ଯଦ୍ୱାରା Tooth Sensitivity ଠାରୁ ଦୂରେଇ ରହିପାରିବା ।

Tooth Sensitivity ହେବାର ଅନେକ କାରଣ ରହିଛି ଯେପରି

– ଅଧିକ ଶକ୍ତ ଟୁଥ୍‌ବ୍ରଶ ବ୍ୟବହାର କରିବା

– ଭୁଲ ଉପାୟରେ ବ୍ରଶ କରିବା

– ଦାନ୍ତରେ ପାଇରିଆ(Pyorrhea) ରୋଗ ହୋଇଥିଲେ

– ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇଲେ

– ଅଧିକ ତମାଖୁ ବା ସିଗାରେଟ ସେବନ କରିଲେ

– ଦାନ୍ତର ମାଢ଼ି ଢ଼ିଲା ହେଲେ

– ଦାନ୍ତରେ ପୋକ ଲାଗିବା

– ଦାନ୍ତରେ ଚମକ ଆଣିବା ପାଇଁ ବେକିଂ ସେଡାର ବ୍ୟବହାର କରିବା

ଏହା ବ୍ୟତୀତ ଦାନ୍ତରେ ଫିଲିଙ୍ଗ୍ ହୋଇଥିଲେ, ପୂର୍ବରୁ କୌଣସି ଟ୍ରିଟ୍‌ମେଣ୍ଟ ନେଇଥିଲେ, ଅତ୍ୟାଧିକ ଥଣ୍ଡା ଇତ୍ୟାଦି କାରଣରୁ Tooth Sensitivity ସମସ୍ୟା ଦେଖାଦେଇଥାଏ । ତେବେ ସଠିକ ସମୟରେ ଏହି ରୋଗର ଚିକିତ୍ସା କରିଲେ ଦାନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ ।

ଏହି ନିମ୍ନଲିଖିତ ଉପାୟ ମାଧ୍ୟମରେ ଆପଣଙ୍କୁ Tooth Sensitivity ସମସ୍ୟାରୁ ଉପସମ ମିଳିପାରିବ

୧. ସୋରଷ ତେଲ: ଶୋରିଷ ତେଲ ଦାନ୍ତ ପାଇଁ ବହୁତ ଲାଭଦାୟକ ଅଟେ । Tooth Sensitivity ସମସ୍ୟାରୁ ଉପସମ ପାଇଁ ଗୋଟିଏ ଚାମଚ ସୋରିଷ ତେଲ ସହ ଅଧ ଚାମଚ ନଡ଼ିଆ ତେଲ ଏବଂ କିଛି ଲୁଣ ମିଶାଇ ୫ମିନିଟ ପର୍ଯ୍ୟନ୍ତ ଦାନ୍ତର ମାଲିଶ କରନ୍ତୁ । ଏହି ଉପାୟକୁ ନିୟମିତ କରିଲେ ଆପଣ ଫରକ ଜାଣି ପାରିବେ ।

୨. ନିମ କାଠିରେ ଦାନ୍ତ ଘଷିବା: ଅନେକ ଔଷଧୀୟ ଗୁଣରେ ଭରପୁର ନିମ । ନିମ କାଠିରେ ଦାନ୍ତ ଘଷିବା ଦ୍ୱାରା ଏହାର ରସ ଦାନ୍ତର ସବୁ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।

୩. ଲୁଣ ପାଣିରେ କୁଳି କରିବା: ନିୟମିତ ଲୁଣ ପାଣିରେ କୁଳି କରିବା ଦ୍ୱାରା ଦାନ୍ତରୁ ରକ୍ତ ଝରିବା କମ ହୋଇଥାଏ । ଫଳରେ ଦାନ୍ତ ମୂଳ ଫୁଲିବା ହ୍ରାସ ହୋଇଥାଏ । ସକାଳେ ଏବଂ ସନ୍ଧ୍ୟାରେ ନଖ ଉଷୁମ ପାଣିରେ ୨ ଚାମଚ ଲୁଣ ମିଶାଇ କୁଳି କରିଲେ କିଛି ଦିନ ଭିତରେTooth Sensitivity ସମସ୍ୟାରୁ ଉପସମ ମିଳିଥାଏ ।

୪. କଞ୍ଚା ପିଆଜ: Tooth Sensitivity ଦୂର କରିବା ପାଇଁ କଞ୍ଚା ପିଆଜ ବହୁଲ ଲାଭକାରୀ ହୋଇଥାଏ । ଗୋଟିଏ କଞ୍ଚା ପିଆଜର ପାଖୁଡ଼ା ଦାନ୍ତ ତଳେ ୫ ମିନିଟ ପର୍ଯ୍ୟନ୍ତ ଦବାଇ ରଖନ୍ତୁ । ଏହା ପରେ ଉଷୁମ ଲୁଣ ପାଣିରେ କୁଳି କରନ୍ତୁ ।
୫. ମୃଦୁ ପାନୀୟ: Tooth Sensitivity ସମସ୍ୟାରୁ ରକ୍ଷା ପାଇବା ପାଇଁ ଯେତେ ଦୂର ସମ୍ଭବ ମୃଦୁ ପାନୀୟ ଠାରୁ ଦୂରେଇ ରୁହନ୍ତୁ ।

୬. ଲବଙ୍ଗ ତେଲ: ଲବଙ୍ଗ ତେଲକୁ ତୁଳାରେ ନେଇ ଦାନ୍ତର ପ୍ରଭାବିତ ସ୍ଥାନରେ ଲଗାନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା Tooth Sensitivity ସମସ୍ୟାରୁ ଉପସମ ମିଳିଥାଏ ।

Get real time updates directly on you device, subscribe now.