fbpx

ଏହିମାନେ ପାଇପାରିବେ ଜିଓ ୫ଜି ସେବା, ମୋବାଇଲରେ ଥିବା ଦରକାର ଏହି ଫିଚର

୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀ ଶେଷ ହୋଇଛି । ନିଲାମୀରେ ଜିଓ ସବୁଠୁ ଅଧିକ ୫ଜି ବ୍ୟାଣ୍ଡ୍ସ କିଣିଛି । କମ୍ପାନୀ ୭୦୦ ମେଗାହର୍ଟଜ୍, ୮୦୦ ମେଗାହର୍ଟଜ୍, ୧୮୦୦ ମେଗାହର୍ଟଜ୍, ୩୩୦୦ ମେଗାହର୍ଟଜ୍ ଏବଂ ୨୬ ମେଗାହର୍ଟଜ୍ ବ୍ୟାଣ୍ଡ୍ ସ୍ପେକ୍ଟ୍ରମ କିଣିଛି । ଏମିତିରେ ତ’ ଭାରତୀୟ ବଜାରରେ ପୂର୍ବରୁହିଁ ୫ଜି ସ୍ମାର୍ଟଫୋନ୍ ଲଞ୍ଚ ହୋଇସାରିଛି, ଏବେ ଅପେକ୍ଷା ଟେଲିକମ୍ କମ୍ପାନୀମାନେ କେବେ ସେମାନଙ୍କର ୫ଜି ସେବା ଯୋଗାଉଛନ୍ତି ।

ବର୍ତ୍ତମାନ ଅଧିକାଂଶ ସ୍ମାର୍ଟଫୋନ୍ ରେ ୪ କିମ୍ବା ୫ ବ୍ୟାଣ୍ଡ୍ସର ସପୋର୍ଟ ମିଳୁଛି । କିଛି ସ୍ମାର୍ଟଫୋନରେ ୧୧ ରୁ ୧୨ ବ୍ୟାଣ୍ଡ୍ସ ର ସପୋର୍ଟ ମିଳୁଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଟେଲିକମ୍ କମ୍ପାନୀ କେଉଁ ବ୍ୟାଣ୍ଡରେ ନିଜର ୫ଜି ସେବା ଯୋଗାଇବେ ।

ଜିଓ ଗ୍ରାହକଙ୍କୁ ଏହି ବ୍ୟାଣ୍ଡରେ ମିଳିବ ୫ଜି ସେବା:

ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଜିଓ ସବୁଠୁ ଆଗରେ ରହିଛି । ଏହାର ୟୁଜରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ତେଣୁ ଆଜି ଆମେ ଜିଓ ୫ଜି ବିଷୟରେ ଜାଣିବା । କମ୍ପାନୀ ୫ଜି ସ୍ପେକ୍ଟ୍ରମ ନିଲାମୀରେ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । କମ୍ପାନୀ ସବୁ ୨୨ ଟେଲିକମ୍ ସର୍କଲ ପାଇଁ ୫ଜି ସ୍ପେକ୍ଟ୍ରମ ହାସିଲ୍ କରିଛି । ଜିଓ ଯେଉଁ ୫ଜି ବ୍ୟାଣ୍ଡ୍ସ ରେ ସ୍ପେକ୍ଟ୍ରମ କିଣିଛି, ତାହା ୭୦୦ ମେଗାହର୍ଟଜ, ୧୮୦୦ ମେଗାହର୍ଟଜ, ୩୩୦୦ ମେଗାହର୍ଟଜ ଏବଂ ୨୬ ଗିଗାହର୍ଟଜ ରହିଛି ।

ସ୍ମାର୍ଟଫୋନରେ ଏହି ବ୍ୟାଣ୍ଡ୍୍ସ ଥିଲେ ମିଳିବ ଜିଓର ୫ଜି:

ସ୍ମାର୍ଟଫୋନରେ ଯେଉଁ ୫ଜି ବ୍ୟାଣ୍ଡ୍୍ସର ସପୋର୍ଟ ମିଳିଥାଏ, ତାହା ଏନ୍ ସିରିଜ୍ ରୁ ଆରମ୍ଭ ହେଉଛି । ଏହି ବ୍ୟାଣ୍ଡ୍ସ ହେଉଛି ଏନ୨୮, ଏନ୫, ଏନ୩, ଏନ୭୭ ଏବଂ ଏନ୨୫୮ ବ୍ୟାଣ୍ଡ । ଆହୁରି ମଧ୍ୟ ଏନ ସିରିଜ୍ ବ୍ୟାଣ୍ଡ୍ ରହିଛି । ଏଥିରେ ୭୦୦ ମେଗାହର୍ଟଜ ଅର୍ଥାତ୍ ଏନ୨୮ ବ୍ୟାଣ୍ଡରେ ପ୍ୟାନ୍ ଇଣ୍ଡିଆ ୫ଜି ସର୍ଭିସ୍ ମିଳିବ । ଯଦି ଆପଣଙ୍କ ଫୋନରେ ଏହି ବ୍ୟାଣ୍ଡ୍ ସପୋର୍ଟ ରହିଛି ତେବେ ଆପଣଙ୍କୁ ୫ଜି ସପୋର୍ଟ ମିଳିବ ।

ନିଜ ଫୋନରେ ୫ଜି ବ୍ୟାଣ୍ଡ୍୍ସ ସପୋର୍ଟକୁ ସହଜରେ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ସ୍ମାର୍ଟଫୋନ୍ ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏବେ ଆପଣଙ୍କୁ ନିଜ ଫୋନ ମଡେଲ ସର୍ଚ୍ଚ କରିବାକୁ ହେବ ଏବଂ ଏହାର ସ୍ପେସିଫିକେସନ ପେଜରେ ଯିବାକୁ ହେବ । ଏଠାରେ ଆପଣଙ୍କୁ କନେକ୍ଟିଭିଟି ଅପ୍ସନ ମିଳିବ ଯେଉଁଠାରେ ଆପଣ ଆପଣଙ୍କ ଫୋନ୍ ମଡେଲରେ କେତେ ବ୍ୟାଣ୍ଡ୍ସ ସପୋର୍ଟ ତାହାର ଲିଷ୍ଟ ଦେଖିପାରିବେ ।

Get real time updates directly on you device, subscribe now.