ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ଆକାଉଂଟ ଅଛି, ତେବେ ଆପଣ ବହୁତ ବେନିଫିଟ୍ ପାଇପାରିବେ । ପିଏନବି ପକ୍ଷରୁ ମାଗଣାରେ ୨ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ପ୍ରଦାନ କରାଯାଉଛି । ଏହି ସୁବିଧା ଜନଧନ ଆକାଉଂଟ ଧାରୀଙ୍କ ପାଇଁ ପାଇଁ ଉପଲବ୍ ଅଟେ । ଏହାଛଡ଼ା ବ୍ୟାଙ୍କ ପକ୍ଷରୁ ଅନେକ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ।
ପିଏନବି ଜନଧନ ଗ୍ରାହକଙ୍କୁ ପିଏନବି ରୁ ପେ ଜନଧନ କାର୍ଡ ପ୍ରଦାନ କରାଯାଇଥାଏ । ଏହି କାର୍ଡ ଉପରେ ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଂଟାଲ ଇନସ୍ୟୁରାନ୍ସ ସୁବିଧା ଦିଆଯାଉଛି । ରୁ ପେ କାର୍ଡ ସହାୟତାରେ ଆପଣମାନେ ନିଜ ଖାତାରୁ ଅର୍ଥ କାଢ଼ିବା ସହ ସପିଂ ମଧ୍ୟ କରିପାରିବେ । ଏହାଛଡ଼ା ବେସିକ ସେଭିଂ ଆକାଉଂଟକୁ ଜନଧନ ଖାତାକୁ ଟ୍ରାନ୍ସଫର କରିବାର ବିକଳ୍ପ ରହିଛି । ଯେଉଁମାନଙ୍କ ପାଖରେ ଜନଧନ ଆକାଉଂଟ ଅଛି, ସେମାନଙ୍କୁ ବ୍ୟାଙ୍କ ପକ୍ଷରୁ ରୁ ପେ ପିଏମଜେଡିୱାଇ କାର୍ଡ ମିଳିଥାଏ । ୨୦୧୮ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଖୋଲାଯାଇଥିବା ଜନଧନ ଖାତା ପାଇଁ ବୀମା ରାଶି ୧ ଲକ୍ଷ ଓ ୨୮ ଅଗଷ୍ଟ ପରେ ଜାରି କରାଯାଇଥିବା ରୁ ପେ କାର୍ଡରେ ୨ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ମିଳିବ । ଏହି ଯୋଜନାରେ ଆବଶ୍ୟକ ଦସ୍ତାବିଜ ଜମା କରବା ପରେ ବୀମା ରାଶି ମିଳିଥାଏ । ଯଦି ଆପଣମାନେ ନୂଆ ଜନଧନ ଖାତା ଖୋଲିବାକୁ ଚାହାନ୍ତି, ତେବେ ନିକଟସ୍ଥ ବ୍ୟାଙ୍କକୁ ଯାଇ ଖୋଲିପାରିବେ । ଏଥିପାଇଁ ଆପଣଙ୍କୁ ଏକ ଫର୍ମ ଭରିବାକୁ ପଡ଼ିବ । ସେଥିରେ ନାମ, ମୋବାଇଲ ନମ୍ବର, ବ୍ୟାଙ୍କ ଶାଖାର ନାମ, ପିତାଙ୍କ ନାମ, ନୋମିନି, ରୋଜଗାର ଓ ବାର୍ଷିକ ଆୟ, ଭିଲେଜ କୋର୍ଡ, ୱାର୍ଡ ନମ୍ବର, ଟାଉନ କୋର୍ଡ ଆଦି ଦେବାକୁ ପଡ଼ିଥାଏ ।