ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା

ଅନୁଗୁଳ: ପୂର୍ବ ଶତ୍ରୁତାକୁ ଆଧାର କରି ଲୋକେ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ପିଟି ପିଟି ଜୀବନ ମଧ୍ୟ ନେଇଯାଉଛନ୍ତି। ସେହିଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ପାଲଲହଡା ଅନ୍ତର୍ଗତ ଭୀମକାଣ୍ଡ ଗାଁରେ।

ହଜି ଗଲାଣି ଲୋକଙ୍କ ଭିତରେ ଥିବା ମଣିଷ ପଣିଆ। ଦିନକୁ ଦିନ ଲିକେ ହିଂସ୍ର ହୋଇ ହୋଇ ଯାଉଛନ୍ତି, ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ଲୋକଙ୍କୁ ମାରିବାକୁ ମଧ୍ୟ ପଛାଉ ନାହାଁନ୍ତି। ପୂର୍ବରୁ ଥିବା ଶତ୍ରୁତା ପାଇଁ ପିଟି ପିଟି ଲୋକଙ୍କ ଜୀବନ ନେଇଯାଉଛନ୍ତି।

ପାଲଲହଡା ଅନ୍ତର୍ଗତ ଭୀମକାଣ୍ଡ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। 2 ଅଭିଯୁକ୍ତ, ପିଟି ପିଟି ଜଣଙ୍କୁ ମାରିସାରିବା ଫେରାର ମଧ୍ୟ ହୋଇଯାଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।