fbpx

ଟ୍ରେନ୍ ଆଗକୁ ଆସି ଯୁବତୀଙ୍କ ଆତ୍ମହତ୍ୟା

ରେଢ଼ାଖୋଲ(ଓଡ଼ିଶା ଭାସ୍କର): ରେଢ଼ାଖୋଲ ଷ୍ଟେସନ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଲବାହୀ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ କେଉଁ କାରଣରୁ ସେ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କରିଛନ୍ତି, ତାହା ମଧ୍ୟ ଜଣାପଡିନାହିଁ । ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି ରେଢ଼ାଖୋଲ ପୋଲିସ ।

Get real time updates directly on you device, subscribe now.