କୁନି ପୁଅକୁ ସମ୍ମାନ ଜଣାଇଲା ସେନା, ଅପରେସନ ସିନ୍ଦୂର ବେଳେ ଯବାନଙ୍କୁ ବାଣ୍ଟୁଥିଲା କ୍ଷୀର-ଲସି

୧୦ ବର୍ଷର ବାଳକକୁ ଭାରତୀୟ ସେନା ଜଣାଇଲା ସମ୍ମାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାନ୍ତରେ ଥିବା ପଞ୍ଜାବର ଅନେକ ଗାଁ ଅପରେସନ ସିନ୍ଦୂରକୁ ନିଜ ଆଖିରେ ଦେଖିଛନ୍ତି। ପଞ୍ଜାବର ଫିରୋଜପୁର ଜିଲ୍ଲାର ତାରା ଗାଁରେ ସୈନିକମାନେ ଡ୍ୟୁଟି କରୁଥିବା ସମୟରେ ଜଣେ ୧୦ ବର୍ଷୀୟ ବାଳକ ଯବାନଙ୍କୁ କ୍ଷୀର ଏବଂ ଲସି ବାଣ୍ଟୁଥିଲା।

ଏହି ସମୟରେ ସେଠାରେ ଖୁବ ଗରମ ହେଉଥିଲା। ଚାରିଆଡେ ଗୁଳିର ଶବ୍ଦ ଶୁଭୁଥିଲା। ହେଲେ ଏହି ପରିବେଶରେ ଜଣେ ଛୋଟ ପିଲା ପ୍ରତିଦିନ ନିଜ ଛୋଟ ହାତରେ କ୍ଷୀର, ଦହି, ଲସି ଏବଂ ଥଣ୍ଡା ପାଣି ଏବଂ ବରଫ ନେଇ ଯବାନଙ୍କ ପାଖେ ହାଜର ହେଉଥିଲା।

ଏହି ପିଲାଟିର ନାମ ଶ୍ରବଣ ସିଂହ, ସେ କୃଷକ ସେନା ସିଂହଙ୍କ ପୁଅ। ଶବଚ୍ଚ ପ୍ରତିଦିନ ଗରମରେ ଦୌଡି ସୈନିକଙ୍କ ପାଇଁ ଏହିସବୁ ଜିନିଷ ନେବା ସହ ସେମାନଙ୍କୁ ବିଶ୍ୱାସ ଦେଉଥିଲା ଯେ, ଆମେ ଏକା ନୁହେଁ।

ଶ୍ରବଣ ଅତ୍ମବିଶ୍ୱାସର ସହ କହୁଥିଲା ଯେ, ମୋତେ ଡର ଲାଗେନି, ମୁଁ ବଡ଼ ହୋଇ ସୈନିକ ହେବାକୁ ଚାହୁଁଛି। ଏଥିପାଇଁ ସୈନିକ କେବଳ ରକ୍ଷକ ନଥିଲେ ବରଂ ଆଦର୍ଶ ଥିଲେ।

ଶ୍ରବଣଙ୍କର ନିଃସ୍ୱାର୍ଥ ଭାବନା ଏବଂ ଦେଶଭକ୍ତିକୁ ସମ୍ମାନ ଜଣାଇ ସେନା ତାଙ୍କୁ ‘ଅପରେସନ ସିନ୍ଦୁôର ସବୁଠୁ ଛୋଟ ନାଗରିକ ଯୋଦ୍ଧା’ ଭାବେ ଘୋଷଣା କରିଛି। ମେଜର ଜେନେରାଲ ମାନରାଲ ସମାରୋହରେ ସମ୍ମାନିତ କରି ତାଙ୍କୁ ପ୍ରେରଣାର ପ୍ରତୀକ କହିଛନ୍ତି।