fbpx

କାର୍ତ୍ତିକ ମାସରେ ପୂର୍ଣ୍ଣ ହେବ ଆପଣଙ୍କର ମନସ୍କାମନା: କେଉଁ ରାଶିର ଲୋକଙ୍କୁ ମିଳିବ ଫାଇଦା

କାର୍ତ୍ତିକ ମାସ ହେଉଛି ଏକ ଧର୍ମର ମାସ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ନାନ, ଦାନ ସହିତ ଅନ୍ୟ କିଛି ଉପାୟ କରିବା ଫଳରେ ଜଣଙ୍କୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ଏଥିସହିତ ମୋକ୍ଷ ମଧ୍ୟ ମିଳିଥାଏ । ଏହି ଦିନରେ ବିଭିନ୍ନ ରାଶିର ଲୋକଙ୍କ ପାଇଁ ଦାନ, ଧର୍ମ କରିବା ବିଶେଷ ଭାବେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆସନ୍ତା ୨୭ ତାରିଖ ସୋମବାର ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ । ଏଥିସହିତ କାର୍ତ୍ତିକ ସ୍ନାନର ମାସ ମଧ୍ୟ ସମ୍ପୂର୍ଣ୍ଣ ହୋଇଯିବ ।

ଏହି ଅବସରରେ ପୃଥିବୀ ତତ୍ତ୍ୱର ରାଶି ବୃଷ ରାଶି ଉପରେ ଚନ୍ଦ୍ରମାର ଉପସ୍ଥିତି କାର୍ତ୍ତିକ ପୂର୍ଣ୍ଣିମାର ପୂଣ୍ୟଫଳକୁ ଅନେକ ଗୁଣ ବୃଦ୍ଧି କରାଇଥାଏ । କାର୍ତ୍ତିକ ମାସରେ ଭଗବାନ ଶ୍ରୀହରୀ, ମାତା ଲକ୍ଷ୍ମୀ ଓ ତୁଳସୀଙ୍କ ପୂଜା କରିବାର ନେଇ ମାନ୍ୟତା ରହିଛି । କୁହାଯାଏ, ମାର୍ତ୍ତିକ ମାସରେ ପଡ଼ୁଥିବା ପୂର୍ଣ୍ଣିମା ଅବସରରେ ଦାନ, ସ୍ନାନ ଓ ଅନ୍ୟ ଉପାୟ କରୁଥିବା ବ୍ୟକ୍ତି ସବୁ ପାପରୁ ମୁକ୍ତି ପାଇବା ସହିତ ମୋକ୍ଷ ପ୍ରାପ୍ତ ହୋଇଥାଏ । ସେଥିପାଇଁ ପୂର୍ଣ୍ଣିମା ଅବସରରେ ରାଶି ଅନୁସାରେ ଦାନ କରିବା ନେଇ ମହତ୍ତ୍ୱ ରହିଥାଏ ।

କାର୍ତ୍ତିକ ସ୍ନାନ ପରେ ଯଥା ସମ୍ଭବ ଦାନ କଲେ ଆପରଙ୍କର ମନସ୍କାମନା ପୂରଣ ହେବ । ସବୁଠାରୁ ସରଳ ଦାନ ଭାବେ ଆପଣ ଗୋଟିଏ ଥାଳିରେ ସନ୍ତୁଳିତ ମାତ୍ରାରେ ଅଟା, ଡାଲ, ଘି, ସବଜି ଆଦି ରଖି ଯୋଗ୍ୟଜନ ଓ ବ୍ରାହ୍ମଣଙ୍କୁ ଦାନ କରନ୍ତୁ । ଏହାକୁ ପ୍ରଚଳିତ ଭାଷାରେ ସୀଦା ଦାନ କୁହାଯାଏ । ବ୍ରତୀ ମହିଳାମାନେ ଶୃଙ୍ଗାରର ବସ୍ତୁ ବିବାହିତାମାନଙ୍କୁ ଦାନ କରିପାରିବେ । କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ଜ୍ୟୋତିଷ ଉପାୟରେ ନିଜର ଆବଶ୍ୟକତା ମୁତାବକ ତୁଳାଦାନ ମଧ୍ୟ କରିପାରିବେ । ଏଥିସହିତ କାର୍ତ୍ତିକ ପୂର୍ଣ୍ଣମାରେ ଅନ୍ନକୂଟ ଦାନର ମଧ୍ୟ ବିଶେଷତା ରହିଥାଏ ।

ଅଗ୍ନି ତତ୍ତ୍ୱ ଓ ପୃଥିବୀ ତତ୍ତ୍ୱର ରାଶିମାନେ କାର୍ତ୍ତିକ ପୂର୍ଣ୍ଣିମାରେ ଅଧିକ ଲାଭରେ ରହିବେ । ଅଗ୍ନି ତତ୍ତ୍ୱରେ ମେଷ, ସିଂହ ଓ ଧନୁ ରାଶି ଆସୁଥିବା ବେଳେ ପୃଥିବୀ ତତ୍ତ୍ୱରେ ବୃଷ, କନ୍ୟା ଓ ମକର ଆସିଥାନ୍ତି । ବାୟୁ ତତ୍ତ୍ୱରେ ଆସୁଥିବା ମିଥୁନ, ତୁଳା ଓ କୁମ୍ଭ ରାଶିଧାରୀମାନେ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର । ଜଳ ତତ୍ତ୍ୱରେ ଆସୁଥିବା କର୍କଟ, ବିଛା ଓ ମୀନ ରାଶିଧାରୀଙ୍କ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ହିତ ସାଧନର ସମ୍ଭାର ଜାରି ରଖିବ ।

Get real time updates directly on you device, subscribe now.