fbpx

ପହଁରା ଶିକ୍ଷିବାକୁ ଯାଇ ବୁଡିଗଲେ ଯୁବକ, ମୃତଦେହ ଉଦ୍ଧାର

କଟକ: କଟକ ମହାନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ବୁଡ଼ିଯାଇଥିବା ଛାତ୍ରଙ୍କ ନାମ ସୋହେଲ ଖାନ ବୋଲି ଜଣା ପଡ଼ିଛି । ସେ ଯୋବ୍ରା ଆନିକଟରେ ପହଁରା ଶିକ୍ଷିବା ପାଇଁ ଆସିଥିବା ବେଳେ ଏପରି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ନିମପୁର ସ୍ପୋର୍ଟ୍ସ କ୍ଲବର୨୦୦ରୁ ଅଧିକ ଛାତ୍ର ସନ୍ତରଣ ଅଭ୍ୟାସ ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ ସୋହେଲ ହଠାତ ଅଦୃଶ୍ୟମାନ ହୋଇ ବୁଡ଼ିଯାଇଥିଲେ । ତାଙ୍କୁ ଘଣ୍ଟାଏରୁ ଅଧିକ ସମୟଧରି ଖୋଜାଯିବା ପରେ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିଛି । ଏନେଇ ଟ୍ରେନିଂ ସଂସ୍ଥାର ପ୍ରଶିକ୍ଷକଙ୍କୁ ଜଗତପୁର ଥାନାରେ ଅଟକ ରଖାଯାଇଛି । ତଦନ୍ତ ଜାରି ରହିଥିବା ବେଳେ କିପରି ବୁଡ଼ିଯାଇଥିଲେ ସେନେଇ ପୋଲିସ ପ୍ରଶିକ୍ଷକଙ୍କୁ ପଚରାଉଚରା କରାଯାଉଛି ।

 

Get real time updates directly on you device, subscribe now.