fbpx

ଅଲ୍ ଟାଇମ୍ ପ୍ଲେଇଂ XI ଚୟନ କଲେ ଯୁବରାଜ ସିଂହ; ଧୋନୀଙ୍କୁ କଲେ ନାହିଁ ସାମିଲ, ଫ୍ୟାନ୍ସ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ନିଜ ପସନ୍ଦର ପ୍ଲେଇଂ XI ଘୋଷଣା କରିଛନ୍ତି । କହିରଖୁଛୁ ଚଳିତ ବର୍ଷ ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଭାରତୀୟ ଚମ୍ପିଆନ୍ସ ଦଳ ପାକିସ୍ତାନ ଚମ୍ପିଆନ୍ସଙ୍କୁ ‘ୱାର୍ଲ୍ଡ ଚମ୍ପିଆନଶିପ୍ ଅଫ୍ ଲିଜେଣ୍ଡ୍‌ସ ୨୦୨୪’ର ଫାଇନାଲ ମ୍ୟାଚରେ ୫ ୱିକେଟରେ ପରାସ୍ତ କରି ଟାଇଟଲ ହାତେଇଥିଲା । ସେହିପରି ଭାରତୀୟ ଦଳର ରାୟୁଡୁ ଅର୍ଦ୍ଧଶତକ ବଳରେ ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ନିକଟରେ ଏକ ସାକ୍ଷାତକାରରେ ଯୁବରାଜ ସିଂହ ନିଜ ଅଲ୍ ଟାଇମ୍ ପ୍ଲେଇଂ XI ର ନାଁ ଘୋଷଣା କରିଛନ୍ତି । ଏହି ତାଲିକାରେ ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ରିକି ପଣ୍ଟିଂ, ଏବି ଡିଭିଲିୟର୍ସ, ଗିଲକ୍ରିଷ୍ଟ, ସ୍ପିନର ଭାବରେ ଶେନ୍ ୱାର୍ନ, ମୁରଲିଧରନଙ୍କ ସହ ଗ୍ଲେନ୍ ମେକଗ୍ରା, ଏଣ୍ଡ୍ରୁ ଫ୍ଲିନଟଫ୍ ଏବଂ ୱସୀମ୍ ଅକ୍ରମ ସାମିଲ ଅଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯୁବରାଜ ଏମ ଏସ୍ ଧୋନୀଙ୍କ ନାଁ ପ୍ଲେଇଂ XI ରେ ସାମିଲ କରିନାହାଁନ୍ତି । ସେ ତାଙ୍କ ସବୁଠାରୁ ବଡ଼ ଶତ୍ରୁ କୁହାଯାଉଥିବା ଏଣ୍ଡ୍ରୁ ଫ୍ଲିନଟଫଙ୍କୁ ସାମିଲ କରିଛନ୍ତି । ଯୁବରାଜଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଫ୍ୟାନ୍ସମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଅପରପକ୍ଷଷର ପ୍ଲେଇଂ ୧୨ ଭାବରେ ସେ ନିଜ ନାଁ ସାମିଲ କରିଥିବା ଜଣାପଡ଼ିଛି ।

 

View this post on Instagram

 

A post shared by Shefali Bagga (@shefalibaggaofficial)

Get real time updates directly on you device, subscribe now.