fbpx

ଗୋଟିଏ ବର୍ଷରେ ୨୦୦ ପ୍ରତିଶତ ବଢିଲା Zomatoର ଷ୍ଟକ, ଏବେ ଗ୍ଲୋବାଲ ଦଲାଲ୍ ସଂସ୍ଥା CLSA ଦେଲା ଏହି ଟାର୍ଗେଟ

Advertisement

ନୂଆଦିଲ୍ଲୀ: ଜୋମାଟୋର ସେୟାର ଲଗାତରା ବଢିବାରେ ଲାଗିଛି । ଏହି ଷ୍ଟକରେ ନିବେଶ କରୁଥିବା ନିବେଶକଙ୍କୁ ଗତ ଗୋଟିଏ ବର୍ଷରେ ବମ୍ପର ରିଟର୍ଣ୍ଣ ମିଳିଛି । ଏହି ଷ୍ଟକ ଗତ ଏକ ବର୍ଷରେ ୨୦୦ ପ୍ରତିଶତ ବଢିଯାଇଛି । ଏହି ସମୟରେ ବିଏସଇ ସେଂସେକ୍ସ ୧୭ ପ୍ରତିଶତର ରିଟର୍ଣ୍ଣ ଦେଇଛି । ଆଜି ମଧ୍ୟ ସେୟାରର ୨ ପ୍ରତିଶତରୁ ଅଧିକ ବଢି ୧୫୬.୧୦ ଟଙ୍କାରେ ଟ୍ରେଣ୍ଡ କରୁଛି । ବର୍ତ୍ତମାନ ଗ୍ଲୋବାଲ ବ୍ରୋକରେଜ ଫର୍ମ ସିଏଲଏସଏ ନିଜର ଟାର୍ଗେଟ ମୂଲ୍ୟକୁ ବଢାଇ ୨୨୭ କରିଦେଇଛି ।

ଗତବର୍ଷ ୨୮ ମାର୍ଚ୍ଚରେ ଷ୍ଟକ ନିଜ ୫୨ ସପ୍ତାହର ନିମ୍ନ ସ୍ତର ୪୯ଟଙ୍କାରେ ପହଁଚିସାରିଛି । ଏଥିରେ ଏହି ଷ୍ଟକ ନିଜର ୫୨-ସପ୍ତାହର ନିମ୍ନ ସ୍ତରରେ ୨୨୫ ପ୍ରତିଶତ ବଢାଇଦେଇଛି । ରିପୋର୍ଟ ଅନୁଯାୟୀ, ସିଏଲଏସଏ କହିଛି ଯେ, କମ୍ପାନୀ ହୁଏତ ଛୋଟ ହୋଇପାରେ ହେଲେ ଏହା ଲାଭ ସହିତ ବଢିଛି । CLSA ବିଶ୍ୱାସ କରେ ଯେ ତୃତୀୟ ତ୍ରୟ ମାସିକ ଫଳାଫଳଗୁଡିକ ସ୍ଥିର ଲାଭ ପାଇଁ ପଥ ସୂଚାଇଥାଏ। ଜୋମାଟୋ Q3FY24 ରେ ୧୩୮ କୋଟି ଡଲାରର ଏକୀଭୂତ ନିଟ୍ ଲାଭ ରିପୋର୍ଟ କରିଛି, ଯାହା ଗତ ବର୍ଷ ତୁଳନାରେ ୩୪୭ କୋଟି ନିଟ୍ କ୍ଷତି ହୋଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ ଏହାର ରାଜସ୍ୱ ₹ ୩,୨୮୮ କୋଟିରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧,୯୪୮ କୋଟି ତୁଳନାରେ ୬୯ ପ୍ରତିଶତ ଅଭିବୃଦ୍ଧି ହୋଇଛି।

ଘରୋଇ ବ୍ରୋକରେଜ ଫର୍ମ ଜିୟୋଜିତ ଫାଇନାନସିଆଲ ସର୍ଭିସେଜ କମ୍ପାନୀର ଡିସେମ୍ବର ତୃତୀୟ ମାସର ବାଣିଜ୍ୟ ପରେ ଷ୍ଟକ ଉପରେ ବାର୍ଡ ରେଟିଙ୍ଗ ରଖି ଟାର୍ଗେଟ ୧୭୪ କରିଦେଇଛି । ମୋତିଲାଲ .. ପାଇନାନସିଆଲ ସର୍ଭିସ ମଧ୍ୟ ଫୁଡ ଡେଲିଭରୀ ଫର୍ମର ତୃତୀୟ ତ୍ରତ ମାସିକ ରୋଜଗାର ପରେ ୧୭୦ ଟଙ୍କା ଲକ୍ଷ୍ୟ ମୂଲ୍ୟ ସହି ଜୋମାଟୋରେ କିଣିବା ପାଇଁ କଲ ଜାରି ରଖିଛି ।

Get real time updates directly on you device, subscribe now.