fbpx

ବାଘକୁ ଆଉଁସିବା ପଡ଼ିଲା ଭାରି, ପିଞ୍ଜରା ଭିତରୁ ନେଇଗଲା ପ୍ରାଣ

ଚିଡ଼ିଆଖାନାକୁ ଯାଇଥିବା ବେଳେ ସତର୍କ କରାଯାଇଥାଏ ଯେ ଯେପରି ସେଠାରେ ଥିବା ପ୍ରାଣୀଙ୍କୁ ହଇରାଣ ନକରିବାକୁ । କିନ୍ତୁ ଅନେକ ସମୟରେ ଏହାର ଓଲଟା ସ୍ଥିତି ଦେଖିବାକୁ ମିଳେ ଅନେକ ଲୋକ ପ୍ରାଣୀମାନଙ୍କୁ ହଇରାଣ କରିବାକୁ ପ୍ରୟାସ କରିଥାନ୍ତି । କିନ୍ତୁ ଏମିତି କରିବା ହୁଏତ ସବୁବେଳେ ଠିକ୍ ନୁହେଁ ଅନେକ ସମୟରେ ଏହାର ଭାରି ମୂଲ୍ୟ ଦେବାକୁ ପଡ଼ିଥାଏ । ଏମିତିକି ଜୀବନ ହରାଇବାକୁ ପଡ଼ିଥାଏ ।

ଏବେ ଏଭଳି ଏକ ଘଟଣା ଦେଖାଯାଇଛି ମେକ୍ସିକୋର ପେରିବାନରେ । ଯେଉଁଠାରୋ ଏକ ପ୍ରାଇଭେଟ ଏଠାରେ ଚିଡ଼ିଆଖାନାର ଯତ୍ନ ନେଉଥିବା କର୍ମଚାରୀ, ଚିଡ଼ିଆଖାନରେ ଥିବା ବାଘକୁ ଖାଇବା ଦେବା ପାଇଁ ନିଜ ପାଖକୁ ଡାକିଥିଲା । ବାଘ ମଧ୍ୟ ପାଖକୁ ଆସିଲା, ଏହି ସମୟରେ ସେ ବାଘର ବେକରେ ହାତ ବୁଲାଇଥିଲେ, କିନ୍ତୁ ହୁଏତ ବାଘକୁ ଏହା ପସନ୍ଦ ଆସିନଥିଲା । ଯାହାପରେ ସେ ବ୍ୟକ୍ତିଙ୍କୁ କାମୁଡ଼ି ପକାଇଥିଲା ।

ବାଘର ଆକ୍ରମଣରେ ସେ ଚିଲେଇବାକୁ ଆରମ୍ଭ କରିଥିଲେ । ବାଘ ତା’ର ମୁନିଆ ଦାନ୍ତରେ ବ୍ୟକ୍ତିଙ୍କର ହାତକୁ ଆକ୍ରମଣ କରିଥିଲା ଆଉ ରକ୍ତାକ୍ତ ହୋଇପଡ଼ିଥିଲେ ବ୍ୟକ୍ତିଜଣକ । ୨୩ ବର୍ଷୀୟ ଜୋସଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କ ହାତ କାଟିବାକୁ କହିଥିଲେ କିନ୍ତୁ ସେ ମନା କରିଦେଇଥିଲେ । କିନ୍ତୁ ଡାକ୍ତରଖାନାର ସୂଚନା ଅନୂଯାୟୀ, ହାତ ନକାଟିବା କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା, ପୁଣି ସେ ଡାଇବେଟିସ୍ ରୋଗୀ, ତାଙ୍କୁ ହାର୍ଟ ଆଟାକ୍ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ଏନେଇ ଜୁ ମାଲିକ ତରଫରୁ କୁହାଯାଇଛି ଯେ ତାଙ୍କ ପାଖରେ ଜୁ ଚଳାଇବା ପାଇଁ ସମସ୍ତ କାଗଜପତ୍ର ରହିଛି ଏବଂ ଜୋସଙ୍କ ଅସାବଧାନତା ଯୋଗୁଁ ଏପରି ଘଟଣା ଘଟିଗଲା ।

Get real time updates directly on you device, subscribe now.