ଭୁବନେଶ୍ୱର, (ଓଡିଶା ଭାସ୍କର): ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ପୁଣି ହଜାରେ ଟପିଛି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ୟ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ୧୦୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୫ ଓ ସ୍ଥାନୀୟ ଅଞ୍ଚଳରୁ ୪୩୬ ଜଣ ଚିହ୍ନଟ ହେବା ସହ ୧୨୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୧ ହଜାର ୧୮୭ ରହିଥିବା ବେଳେ ୯ ହଜାର ୬୬୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 18th August
New positives: 1041
Of which 0-18 years: 128
In quarantine: 605
Local contacts: 436(Details of local contacts will be shared by concerned Dist Administration)
District Wise Cases:
1. Angul: 29
2. Balasore: 22
3. Bargarh: 7
4. Bhadrak: 15— I & PR Department, Odisha (@IPR_Odisha) August 19, 2021
22. Mayurbhanj: 36
23. Nawarangpur: 3
24. Nayagarh: 13
25. Nuapada: 1
26. Puri: 34
27. Rayagada: 5
28. Sambalpur: 9
29. Sonepur: 1
30. Sundargarh: 13
31. State Pool: 88New recoveries: 845
Cumulative tested: 17274529
Positive: 998187
Recovered: 981316
Active cases: 9664— I & PR Department, Odisha (@IPR_Odisha) August 19, 2021