୪୦୦ ବର୍ଷର ପରମ୍ପରା: ଛେଳି ପିଠିରେ ବସି ବାହାହେବାକୁ ଗଲା ବାଳକ ବର
ଲୋହିଆ ଜାତିରେ ଏମିତି ନିଆରା ପରମ୍ପରା । ୧୮ ବର୍ଷ ପୂର୍ବରୁ ଘରର ବଡ଼ ପୁଅର କାନ ଫୋଡ଼ାଯିବାର ନିୟମ ।
ଭୋପାଳ: ମଧ୍ୟପ୍ରଦେଶ ଟିକମଗଢରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ୧୨ ବର୍ଷର ବାଳକର ବାହାଘର ହୋଇଛି । ବାହାଘରରେ ଘର ଲୋକଙ ସହ ପ୍ରିୟଜନ ବି ନାଚରେ ମସଗୁଲ ରହିଥିବା ଦେଖିବାକୁ ମିଳିଛି ।
ତେବେ ଏ ବାହାଘରରେ ପରିବାରର ସହମତି ମଧ୍ୟ ରହିଛି । ଖବର ପଢ଼ିଲାବେଳକୁ ଅବାକ୍ ଲାଗିଲେ ମଧ୍ୟ ଏହା ସତ ।
ଭୋପାଳ ଟିକମଗଢରେ ବାହା ହୋଇଛନି ୧୨ ବର୍ଷର ପୁଅ । ତା’ପୁଣି ଛେଳିରେ ବସି ବର ବାହାରିଥିଲା ପ୍ରସେଶନ ନେଇ ।
ପ୍ରକୃତ କଥାଟି ହେଲା, ଲୋହିଆ ଜାତିରେ ଏମିତି ନିଆରା ରୀତିନୀତି ରହିଛି । ଯେଉଁଥିରେ ୧୨ ବର୍ଷର ପୁଅର କାନ ଫୋଡ଼ାଯାଏ । ଯାହାପାଇଁ କୁନି ପୁଅକୁ ବର ବେଶରେ ସଜେଇ ଛେଳି ପିଠିରେ ବସେଇ ନିଆଯାଏ ବରଯାତ୍ରୀ ।
ସୂଚନା ଅନୁସାରେ ଏ ପରମ୍ପରା ୪୦୦ ବର୍ଷ ପୁରୁଣା । ଲୋହିଆ ଜାତିର ଲୋକେ ଖୁବ୍ ଜାକଜକମରେ ଏ ରୀତିକୁ ପୂରା କରିଥାନି । ସେମାନଙ୍କ ଜାତିରେ ୧୮ ବର୍ଷ ପୂର୍ବରୁ ଘରର ବଡ଼ ପୁଅର କାନ ଫୋଡ଼ାଯିବାର ନିୟମ ରହିଛି ।
ତେବେ ସୋସିଆଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକେ ଭିଡିଓକୁ ଭଲପାଇବା ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।