ଭୁବନେଶ୍ୱର- ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପୋଲିସର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ଆବଶ୍ୟକ ହେଉଥିବା ସଂଖ୍ୟାର ପୋଲିସ ନାହାନ୍ତି । ଖାଲି ପଡିଛି ୧୩ ହଜାର ୩୭୩ ପୋଲିସ ପଦବୀ । ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ ଖାଲି ରହିଛି । ସେହିପରି ୨୪୧୬ ହୋମଗାର୍ଡ ପଦବୀ ଓ ଜେଲରେ ୮୬୨ ପଦରେ ନାହାନ୍ତି କର୍ମଚାରୀ ।