୧୫ ରୋହିଙ୍ଗ୍ୟା ଶରଣାର୍ଥୀ ଗିରଫ: ଅନୈତିକ ଭାବରେ ଅତିକ୍ରମ କରିଥିଲେ ସୀମା

ନୂଆଦିଲ୍ଲୀ: ରେଳବାଇ ପୁଲିସ ପକ୍ଷରୁ ୧୫ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗିରଫ କରାଯାଇଛି । ଆସାମର କରିମଗଞ୍ଜ ଜିଲ୍ଲାରେ ଏହି ଘଟଣା ଘଟିଛି । ବେଆଇନ ଭାବେ ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରିବା ଅଭିଯୋଗରେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ରୋହିଙ୍ଗ୍ୟାଙ୍କ ମଧ୍ୟରେ ୬ ନାବାଳକ/ନାବାଳିକା ଓ ୩ ଜଣ ମହିଳା ରହିଛନ୍ତି । ବଦରପୁର ଷ୍ଟେସନରେ ସିଲଚର-ଅଗରତାଲା ପାସେଞ୍ଜର ଟ୍ରେନରେ ବସିବା ପୂର୍ବରୁ ଏହି ଶରଣାର୍ଥୀ ମାନଙ୍କୁ ଗିରଫ କରାଯାଇଥିଲା ।

କୌଣସି ବୈଧ କାଗଜପତ୍ର ବିନା ଏହି ଶରଣାର୍ଥୀ ମାନେ ଭାରତରେ ପ୍ରବେଶ କରିଥିଲେ ।ପୂର୍ବରୁ ଏମାନେ ଉତ୍ତର ପ୍ରଦେଶର ଆଲିଗଡରେ ରହୁଥିବା ବେଳେ ଅଳ୍ପ କିଛି ଦିନ ହେବ ସିଲିଗୁଡି ଆସିଥିଲେ । ଗିରଫ ଶରଣାର୍ଥୀଙ୍କ ମଧ୍ୟରେ ୬ ଜଣ ନାବାଳକ ଏବଂ ୯ ଜଣ ପୁରୁଷ ଓ ମହିଳା ରହିଛନ୍ତି । ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପାଖରେ ମିଳିତ ଜାତିସଂଘ ପକ୍ଷରୁ ଦିଆଯାଇଥିବା ରିଫ୍ୟୁଜି ପ୍ରମାଣପତ୍ର ରହିଛି । ଏଡା ସହିତ ୯ଟି ମୋବାଇଲ ଫୋନ ଏବଂ ୫୦ ହଜାର ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି । ଏମାନଙ୍କୁ ଗିରଫ କରାଯାଇ ଗଭର୍ଣ୍ଣମେଣ୍ଟ ରେଲୱେ ପୋଲିସକୁ ହସ୍ତାନ୍ତର କରାଯାଇଛି ।