fbpx

କାବୁଲରୁ ଫେରିଲେ ୧୬୮ ଯାତ୍ରୀ, ଏଥିରେ ଅଫଗାନ୍ ନାଗରିକ ବି ରହିଥିବା ସୂଚନା

ନୂଆଦିଲ୍ଲୀ: କାବୁଲରୁ ୧୬୮ ଯାତ୍ରୀଙ୍କୁ ଧରି ବାୟୁସେନାରେ ସି-୧୭ ବିମାନ ଜରିଆରେ ଫେରାଇ ଆଣିଛି । ବିମାନଟି ଆଜି ଗାଜିଆବାଦ୍ ସ୍ଥିତ ହିଣ୍ଡନ୍ ଆଇଏଏଫ୍ ବେସରେ ପହଞ୍ଚିଛି । ବିମାନରେ ୧୦୭ ଭାରତୀୟ ଥିବା ବୈଦେଶିକ ମନ୍ତ୍ରାଳୟ ମୁଖ୍ୟପାତ୍ର ସୂଚନା ଦେଇଛନ୍ତି । ଖାଲି ସେତିକି ନୂହେଁ ଏଥିରେ କିଛି ଅଫଗାନ୍ ନାଗରିକ ଦେଶ ଛାଡ଼ି ପଳାଇ ଆସିଛନ୍ତି । ଏମାନଙ୍କ ସହିତ ଦୁଇ ଅଫଗାନିସ୍ତାନ ସାଂସଦ ମଧ୍ୟ ଦେଶ ଛାଡ଼ିଛନ୍ତି । ଏହି ୧୬୮ ଜଣଙ୍କ ମଧ୍ୟରେ ୨୪ ଜଣ ଅଫଗାନ୍ ଶିଖ୍ ଫେରିଥିବା ବେଳେ ସେମାନେ ତାଲିବାନିଙ୍କ କାରଣରୁ ଭୋଗୁଥିବା ଦୁର୍ଦ୍ଦଶା ସମ୍ପର୍କରେ ବଖାଣିଥିଲେ ।

ଗତକାଲି ବିଦେଶୀ ମିଡିଆ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ, ତାଲିବାନି ମାନେ କାବୁଲ ଏୟାରପୋର୍ଟରେ ଯାତ୍ରୀ ମାନଙ୍କୁ ଆସିବାକୁ ଦେଉନଥିଲେ । ସେମାନଙ୍କ ଉପରେ ମାରପିଟ୍ ବି କରୁଥିଲେ । ଏନେଇ ଦେଶ ଛାଡ଼ି ପଳାଇ ଆସିଥିବା ଅଫଗାନ୍ ନାଗରିକ ମାନେ କହିଛନ୍ତି । ସେମାନେ ଆହୁରି ବି କହିଛନ୍ତି ଯେ, ଆଫଗାନିସ୍ତାନରେ ଯେଉଁଭଳି ଭୟଙ୍କର ପରିସ୍ଥିତି ରହିଛି ତାକୁ ଦେଖି ଆମେ ଦେଶ ଛାଡ଼ଇ ଦେଇଛୁ ।

Get real time updates directly on you device, subscribe now.