fbpx

ରିସର୍ଚ୍ଚ ଖୋଲିଲା ବଡ଼ ରହସ୍ୟ: ୧ ଲିଟର ପାଣି ବୋତଲରୁ ମିଳିଲା ୨.୪ ଲକ୍ଷ ପ୍ଲାଷ୍ଟିକ୍ ଖଣ୍ଡ, ମଣିଷ ପ୍ରତିଦିନ ପ୍ଲାଷ୍ଟିକ୍ ଗିଳି ଚାଲିଛି…..

ନୂଆଦିଲ୍ଲୀ: ଆମେମାନେ ପ୍ରତିଦିନ ପାଣି ପିଉଛେ । ତେବେ ଏହି ପାଣି ଉପରକୁ ଅତି ପରିଷ୍କାର ଦିଶୁଥିଲେ ହେଁ ତା’ ଭିତରେ ଅନେକ କ୍ଷତିକାରକ ଉପାଦାନ ଭରି ରହିଛି । ପାଣିକୁ ନେଇ ରିସର୍ଚ୍ଚରୁ ଆସିଛି ଏକ ଭୟଙ୍କର ତଥ୍ୟ । ୧ ଲିଟର ପାଣି ବୋତଲରେ ୨.୪ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ରହିଥିବା ନେଇ ଏକ ରିସର୍ଚ୍ଚରୁ ଜଣାପଡ଼ିଛି । କଲମ୍ବିୟା ୟୁନିଭରସିଟି ପକ୍ଷରୁ ଏଭଳି ଏକ ବଡ଼ ଖୁଲାସା କରାଯାଇଛି ।

୧ ଲିଟର ପାଣିରେ ୧,୧୦,୦୦୦ରୁ ୪,୦୦,୦୦ ବା ହାରାହାରି ଖଣ୍ଡ ପ୍ଲାଷ୍ଟିକ ରହିଥିବା ଜଣାପଡ଼ିଛି । ଏଥିପାଇଁ ବୈଜ୍ଞାନିକମାନେ ତିନୋଟି ସାଧାରଣ ବ୍ରାଣ୍ଡର ବୋତଲ ପାଣିର ୫ଟି ଲେଖାଏଁ ନମୂନା ନେଇଥିଲେ । ତେବେ ଏହି ପ୍ଲାଷ୍ଟିକ କଣିକାଗୁଡ଼ିକର ଆକାର ଏକ ମାଇକ୍ରୋନରୁ କମ୍ ରହିଥିବା ଜଣାପଡ଼ିଥିଲା । ବୋତଲ ପାଣିରେ ମାଇକ୍ରୋପ୍ଲାଷ୍ଟିକ ଅପେକ୍ଷା ପାଖାପାଖି ୧୦ରୁ ୧୦୦ ଗୁଣରୁ ଅଧିକ ନାନୋପ୍ଲାଷ୍ଟିକ୍ ରହିଥିବା ଜଣାପଡ଼ିଥିଲା ।

ଏଥିପାଇଁ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏକ ଡୁଆଲ-ଲେଜର ମାଇକ୍ରୋସ୍କୋପର ବ୍ୟବହାର କରିଥିଲେ । ୧ ଲିଟର ବୋତଲ ପାଣିରେ ହାରାହାରି ଦୁଇ ଲକ୍ଷରୁ ଅଧିକ କ୍ଷୁଦ୍ର ଅଦୃଶ୍ୟ ନାନୋପ୍ଲାଷ୍ଟିକ ରହିଥିବା ଜଣାପଡ଼ିଥିଲା । ଏହା ପୂର୍ବରୁ କରାଯାଇଥିବା ଅଧ୍ୟୟନରେ ସାମାନ୍ୟ ବୃହତ ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିବା ବେଳେ ତାହା ୫ ମିଲିମିଟରରୁ ଏକ ଇଞ୍ଚର ଚତୁର୍ଥାଂଶରୁ କମ୍ ରହିଥିଲା । ତେବେ ଏହା ଫଳରେ ମସ୍ତିଷ୍କକୁ ରକ୍ତ ଯୋଗାଣରେ ବାଧା ସୃଷ୍ଟି କରିବା, ନାନୋପ୍ଲାଷ୍ଟିକ୍ ଅନ୍ତନଳୀରେ ଜମା ହେବା, ପ୍ଲାଷ୍ଟିକ କଣିକା ଫୁସଫୁସରେ ପ୍ରବେଶ କରିବା, ପ୍ଲେସେଣ୍ଟା ଉପରେ ପ୍ରଭାବ ପକାଇବା ଆଦି ସମସ୍ୟା ଦେଖାଦେଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.