ଗାଲୁଆ ହାଇୱା ଡ୍ରାଇଭରର ଚାଞ୍ଚଲ୍ୟକର ବୟାନ: ‘ମୋ ଇଚ୍ଛା ହେଲା ମୁଁ ମାରିଦେଲି….. ‘

ଚାଳକ କହିଲେ ଇଛା ହେଲା ମାରିଦେଲି । ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରି ହାଇୱା ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।

ଚିପିଲିମା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ୨ ବରିଷ୍ଠ ବିଜେପି ନେତାଙ୍କ ହାତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନେତାଙ୍କୁ ହାଇଓ୍ବା ଗାଡି ଚଢାଇ ନିର୍ମମ ହତ୍ୟା ଘଟଣାର ବଡ଼ ଖୁଲାସା । ଚାଳକ କହିଲେ ଇଛା ହେଲା ମାରିଦେଲି ।

ଦୁର୍ଘଟଣାରେ ୨ ବିଜେପି ନେତାଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମ୍ବଲପୁର ଚିପିଲିମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରି ହାଇୱା ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।

ପ୍ରାଣହରାଇଥିବା ନେତାମାନେ ହେଲେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଏବଂ କର୍ଡୋଲାର ପୂର୍ବତନ ସରପଞ୍ଚ ମୁରଲିଧର ଛୁରିଆ । ଅନ୍ୟ ଦୁଇଜଣ ସହଯୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ମୃତ ଦେବେନ୍ଦ୍ରେଙ୍କ ପୁତୁରା ଜୟନ୍ତ ନାୟକଙ୍କ ଏକ ଏତଲା କ୍ରମେ ବୁର୍ଲାଥାନା ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ହାଇୱା ଚାଳକ ଅନୁଗୁର ଆଠମଲ୍ଲିକର ପ୍ରସନ୍ନ ଜେନାମଣି । ପ୍ରସନ୍ନଙ୍କ ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୂଚନା ମୁତାବକ ସେ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି, ମାରିବା ପାଇଁ ମୋର ଇଚ୍ଚା ହେଲା, ତେଣୁ ମୁଁ ମାରିଦେଲି ।

ଶନିବାର ରାତିରେ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ଭେଟି ଭୁବନେଶ୍ୱରରୁ କାରରେ ଚିପିଲିମା ଫେରିବା ବେଳେ ହାଇୱା ଧକ୍କାରେ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି । ଭୟରେ କାର ଚାଳକ କଚ୍ଚା ରାସ୍ତାକୁ ଓହ୍ଲାଇ ଯାଇଥିଲା । ତଥାପି ଗୋଡ଼େଇ ନେଇ ହାଇୱା ଧକ୍କା ଦେବାରୁ କାର ଓଲଟି ପଡିଥିଲା ।