fbpx

ମର୍ମନ୍ତୁଦ ସଡକ ଦୁର୍ଘଟଣା :ଜୀବନ୍ତ ଜଳି ଗଲେ ଦୁଇ ଯୁବକ

କଟକ: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସଡକ ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି । ତେବେ ଉଭୟ ବ୍ୟକ୍ତ ତିର୍ତ୍ତୋଲ ବୋଲି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ତିର୍ତ୍ତୋଲରୁ କଟକ ଅଭିମୁଖେ ଆସୁଥିବା ବେଳେ କନ୍ଦରପୁର ଟୋଲ ଗେଟ ପାଖରେ ଏହି ଘଟଣା ଘଟଥିଲା।

ରାସ୍ତାକଡରେ ଥିବା କଂକ୍ରିଟ ମେସିନରେ ବାଇକଟି ଧକ୍କା ହୋଇଥିଲା । ଏହା ପରେ ବାଇକରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାଟିରେ ନିଆଁ ଏତେ ଶୀଘ୍ର ବ୍ୟାପି ଥିଲା ଯେ ବାଇକ ସହ ଦୁଇ ଯୁବକ ଜୀବନ୍ତ ଜଳି ଯାଇଥିଲେ ।ଏହା ପରେ ସ୍ଥାନୀୟ କିଛି ଲୋକ ତାଙ୍କୁ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଉଭୟ ବ୍ୟକ୍ତଙ୍କୁ ବଡମେଡିକାଲ ଡାକ୍ତର ମୃତ ବୋଲି ଘୋଷଣା କରିଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର ସମ୍ପୂର୍ଣ୍ଣ ନାମ ଜଣା ପଡିନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.