fbpx

ଚମତ୍କାର! ଏକସଙ୍ଗେ ୪ ସନ୍ତାନଙ୍କୁ ଜନ୍ମଦେଲେ ୨୧ ବର୍ଷୀୟା ମହିଳା, ପରିବାରକୁ ଫେରିଲା ଡବଲ୍ ଖୁସି

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ମହିଳାମାନେ ଜଣେ ସନ୍ତାନକୁ ଜନ୍ମ ଦେଇଥାନ୍ତି । ଯଦି କେହି ଯମଜ ସନ୍ତାନଙ୍କୁ ଜନ୍ମ ଦିଅନ୍ତି ବା ତା’ଠାରୁ ଅଧିକ ସନ୍ତାନଙ୍କୁ ଜନ୍ମ ଦିଅନ୍ତି ତେବେ ତାହାକୁ ସେ ଚାରିଆଡ଼େ ଚର୍ଚ୍ଚା ହୋଇଥାନ୍ତି । ତେବେ ଏହି କ୍ରମରେ ରାଜସ୍ଥାନର ଜୟପୁର ମହିଳା ହସ୍ପିଟାଲରେ ଏକସଙ୍ଗେ ୪ ଜଣ ଶିଶୁଙ୍କର କୋହାହଳ ଗୁଞ୍ଜରିତ ହୋଇଥିଲା । ଜଣେ ମହିଳା ଏକାଥରକେ ଦୁଇଟି ପୁତ୍ର ଓ ୨ଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ୪ ଜଣ ଶିଶୁ ଜନ୍ମ ନେବା ପରେ ମା’ ଖୁସି ଜାହିର କରିବା ସହିତ ପରିବାରର ଖୁସି ଦୁଇଗୁଣ ହୋଇଯାଇଥିଲା । ତେବେ ମା’ ଓ ସବୁ ସନ୍ତାନଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି ।

ଦୌସାରେ ରହୁଥିବା ମହିଳାଙ୍କୁ ଜୟପୁର ସ୍ଥାନାନ୍ତର କରାଯିବା ସମୟରେ ତାଙ୍କଠାରେ ପ୍ରିକ୍ଲେମ୍ପସିୟା, ଆରଏଚ ନେଗେଟିଭ ପ୍ରୋଗ୍ନେସି, ବହୁତ ବଡ଼ ଗର୍ଭାଶୟ ଫାଇବ୍ରାଏଡ, ଏନୀମିୟା ଓ ପେଟ ଯନ୍ତ୍ରଣା ଆଦି ସମସ୍ୟା ନେଇ ଅଭିଯୋଗ ରହିଥିଲା । ଅପରେସନ ପୂର୍ବରୁ ମହିଳା ଜଣଙ୍କ ଅନେକ ପ୍ରକାର ସମସ୍ୟା ଦେଇ ଗତି କରୁଥିଲେ । ଗର୍ଭାବସ୍ଥା ସମୟରେ ମହିଳାଙ୍କ ଠାରେ ଉକ୍ତ ରକ୍ତଚାପ ସମସ୍ୟା ଓ ରକ୍ତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ରହିଥିଲା । ତେଣୁ ଡେଲିଭରି କରିବା ଡାକ୍ତରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଥିଲା । ଏଥିସହିତ ମହିଳାଙ୍କ ଗର୍ଭାଶୟରେ ଗାଣ୍ଠ ସମସ୍ୟା ରହିଥିଲା । ଏତେସବୁ ସମସ୍ୟା ଥାଇ ବି ଡାକ୍ତରମାନେ ସମୟ ପୂର୍ବରୁ ମହିଳାଙ୍କର ଡେଲିଭରି କରିବାରେ ସଫଳ ହୋଇଥିଲେ ।

ହସ୍ପିଟାଲର ଆଇସିୟୁ ଇନଚାର୍ଜ ଡାକ୍ତର କହିଥିଲେ, ସୋମବାର ଦିନ ସକାଳେ ଅପରେସନ ପରେ ମହିଳା ଜଣଙ୍କ ଏକସଙ୍ଗେ ଚାରି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ପୁତ୍ର ଓ ୨ ଜଣ କନ୍ୟା ସନ୍ତାନ ରହିଥିଲେ । ସମୟ ପୂର୍ବରୁ ଡେଲିଭରି ହୋଇଥିବାରୁ ଶିଶୁମାନଙ୍କର ଓଜନ ବହୁତ କମ୍ ରହିଥିଲା । ଦୁଇ ପୁତ୍ର ସନ୍ତାନଙ୍କର ଓଜନ ୧ କେଜି ଲେଖାଏଁ ରହିଥିବା ବେଳେ ଦୁଇ କନ୍ୟା ସନ୍ତାନଙ୍କର ଓଜନ ୯୦୦ ଓ ୭୦୦ ଗ୍ରାମ ରହିଥିଲା । ମହିଳାଙ୍କର ବୟସ ୨୧ ବର୍ଷ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.