fbpx

ହସ୍ପିଟାଲରେ କରୋନା ବିସ୍ଫୋରଣ; ଟିକା ନେଇ ମଧ୍ୟ ୨୩ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ

ମୁମ୍ବାଇ: ମୁମ୍ବାଇରେ ପୁଣି ଥରେ ଅଣାୟତ ହୋଇଛି କରୋନା । ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ହସ୍ପିଟାଲରେ କରୋନା ବିସ୍ଫୋରଣ ଘଟିଥିବା ବେଳେ ପ୍ରାୟ ୨୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା କି ଏହି ସମସ୍ତ ଛାତ୍ରଛାତ୍ରୀ କରୋନା ଟିକା ମଧ୍ୟ ନେଇ ସାରିଛନ୍ତି । ମୁମ୍ବାଇର କେଇଏସ ହସ୍ପିଟାଲରେ ଏମିତି ଘଟଣା ଘଟିଥିବା ଜଣାପଡିଛି । ଦୁଇ ଜଣ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଭେନ ହିଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।
ମୁମ୍ବାଇ ମେୟର କିଶୋରୀ ପେଡନେକର ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରିଛନ୍ତି । କଲେଜ ପରିସରରେ ହୋଇଥିବା କୌଣସି କ୍ରୀଡା ସମାରୋହ କିମ୍ବା ସାଂସ୍କୃତିକ ସମାରୋହ କାରଣରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି ମେୟର । କେଇଏସ ହସ୍ପିଟାଲକୁ ମୁମ୍ବାଇର ଅନ୍ୟତମ ଭଲ ହସ୍ପିଟାଲ ଭାବରେ ବିବେଚନା କରାଯାଉଥିବା ବେଳେ କରୋନା ମୁକାବିଲାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବାୟୁସେନା ପକ୍ଷରୁ ପୁଷ୍ପବର୍ଷା ମଧ୍ୟ କରାଯାଇଥିଲା । ଉଲ୍ଳେଖଯୋଗ୍ୟ ଯେ, ଦିନକୁ ଦିନ ମୁମ୍ବାଇରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ୩୧୮୭ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୪୯ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.