fbpx

ଏକ ବର୍ଷ ପାଇଁ ଦେଶବାସୀଙ୍କୁ ମିଳିବ ୨୩୯୯ ଟଙ୍କାର ଫ୍ରି ମୋବାଇଲ୍ ରିଚାର୍ଜ! ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର କଲେ ଘୋଷଣା!

Advertisement

ଭୁବନେଶ୍ୱର: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଶବାସୀଙ୍କୁ ଏକ ବର୍ଷ ପାଇଁ ୨୩୯୯ ଟଙ୍କାର ଫ୍ରି ମୋବାଇଲ ରିଚାର୍ଜ ମିଳିବ । ଟୋକିଓରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର ଏହି ଘୋଷଣା କରିଥିବା ଭାଇରାଲ୍ ହେଉଛି । ତେବେ ଭାଇରାଲ୍ ହେଉଥିବା ଏହି ଘୋଷଣାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ, ଏହା ସମ୍ପୂର୍ଣ୍ଣ ଫେକ୍ ଅଟେ। ଏନେଇ କୌଣସି ଘୋଷଣା ସରକାର କରିନାହାନ୍ତି । ତେଣୁ ଏପରି ଫେକ୍ ଲିଙ୍କ ଉପରେ କ୍ଲିକ କରି ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଆଜିକାଲି ଅନଲାଇନରେ ଅନେକ ପ୍ରକାର ଫେକ୍ ତଥ୍ୟ ଦେଇ ଲୋକଙ୍କ ଟଙ୍କା ହଡ଼ପ କରାଯାଉଥିବା ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ, ଭାରତ ଟୋକିଓରେ ଅଦ୍ଭୂତପୂର୍ବ ପ୍ରଦର୍ଶନ କରି ଇତିହାସ ରଚିଥିଲା । ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ ୭ଟି ପଦକ ଜିତିଥିଲା । ପରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଥଲେଟମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା । ଦେଶବାସୀ ଏହି ଖୁସିରେ ବିଜୟୋତ୍ସବ ମନାଉଥିବା ବେଳେ ଅନଲାଇନରେ ଠକମାନେ ପ୍ରବଳ ମାତ୍ରାରେ ମାତି ଉଠିଥିଲେ । ତେଣୁ ସରକାର ଟୋକିଓ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜୟ ଖୁସିରେ ଦେଶବସୀଙ୍କୁ ୨୩୯୯ ଟଙ୍କାର ରିଚାର୍ଜ ମାଗଣାରେ ଦେଉଛନ୍ତି ବୋଲି ଏକ ଲିଙ୍କ ହ୍ୱାଟସଆପରେ ଭାଇରାଲ୍ ହୋଇଥିଲା । ଏହି ପୋଷ୍ଟରେ ଲିଙ୍କ୍ ଦିଆଯିବା ସହ ଏହା ଉପରେ କ୍ଲିକ୍ କରିବା ପରେ ୟୁଜର୍ସ ନିଜର ନାମ, ରାଜ୍ୟର ନାମ ଓ ମୋବାଇଲ ନମ୍ବର ଦେବାକୁ କୁହାଯାଇଥିଲା ।

Get real time updates directly on you device, subscribe now.