fbpx

୩ ମାସର ରୋଡ୍ ଟ୍ୟାକ୍ସ ଛାଡ

Advertisement

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି । ଲକଡାଉନ ଦୃଷ୍ଟିରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ୨୦୨୦ ଏପ୍ରିଲ ମାସରୁ ଜୁନ ଯାଏଁ ରୋଡ୍ ଟ୍ୟାକ୍ସ ଛାଡ କରିଛନ୍ତି ସରକାର ।

ତେବେ ଘରୋଇ ବସ ଚଳାଚଳ ନେଇ ରାଜ୍ୟ ସରକାର ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବୈଠକ ହୋଇଥିଲା । ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିବା ସହ ରୋଡ୍ ଟ୍ୟାକ୍ସ ଛାଡ ନେଇ ଅର୍ଥ ବିଭାଗକୁ ଚିଠି ଲେଖାଯାଇଥିଲା । ଫାଇନାନ୍ସ କ୍ଲିୟରାନ୍ସ ପରେ ସରକାର ଟ୍ୟାକ୍ସ  ଛାଡ କରିଛନ୍ତି  ।

Get real time updates directly on you device, subscribe now.