ନୂଆଦିଲ୍ଲୀ: ୩ଟି ରାଜ୍ୟର ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଛି । ଏହି ସବୁ ଆସନରେ ନଭେମ୍ବର ୧୩ରେ ମତଦାନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶର, ପଞ୍ଜାବ ଓ କେରଳର ବିଭିନ୍ନ ଆସନରେ ଆସନ୍ତା ୧୩ରେ ଭୋଟ ଗ୍ରହଣ କରାଯିବାର ଥିଲା । କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ମେଳା ହୋଇଥାଏ ଓ ଲୋକମାନେ ବହୁସଂଖ୍ୟାରେ ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି ।
ନଭେମ୍ବର ୧୪କୁ କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁନାନକ ଦେବଜୀଙ୍କ ପ୍ରକାଶ ପର୍ବ ପଡ଼ୁଛି । ଉତ୍ତରପ୍ରଦେଶରେ ଭାଜପା, ଆରଏଲଡି ଓ ବସପା ପକ୍ଷରୁ ନିର୍ବାଚନ ତାରିଖ ବଦଳାଇବାକୁ ଦାବି କରାଯାଇଥିଲା । ସେହିପରି ପଞ୍ଜାବରେ ମଧ୍ୟ ଅନୁରୂପ ଦାବି ହୋଇଥିଲା । ଏହି ଦାବିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଉପନିର୍ବାଚନର ମତଦାନ ତାରିଖ ବଦଳାଯାଇଛନ୍ତି । ୟୁପିର ୯ଟି, ପଞ୍ଜାବର ୪ଟି ଓ କେରଳର ଗୋଟିଏ ଆସନରେ ଆସନ୍ତା ୨୦ରେ ମତଦାନ ଗ୍ରହର କରାଯିବ ।