fbpx

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୮୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୭୮୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୦୮ ଜଣ ସୁସ୍ଥ ହୋଇଥିବା ଯାଜପୁରରୁ ୪୦୬, ଖୋର୍ଦ୍ଧାରୁ ୪୦୨, ପୁରୀରୁ ୨୩୪, ମୟୂରଭଞ୍ଜରୁ ୨୨୮, ବାଲେଶ୍ୱରରୁ ୨୧୯, ଅନୁଗୁଳରୁ ୧୪୭, ଭଦ୍ରକରୁ ୧୪୧, ନୟାଗଡ଼ରୁ ୧୨୮, ଜଗତସିଂହପୁରରୁ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.