fbpx

REET Paper Leak ବିବାଦ ବଢ଼ିଲା: ହଙ୍ଗାମା ପରେ ରାତିଅଧିଆ ବଦଳିଲେ ୩୭ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ: ରିଟ୍ ପରୀକ୍ଷା ପେପର ଲିକ୍ ମାମଲାକୁ ନେଇ ହଙ୍ଗାମା ସୃଷ୍ଟି ହେବା ପରେ ୩୭ ଜଣ ରାଜସ୍ଥାନ ପ୍ରଶାସନିକ ଅଧିକାରୀ (ଆରଏଏସ)ଙ୍କୁ ଟ୍ରାନ୍ସଫର କରାଯାଇଛି । ରିଟ ପରେ ଚିଟ୍ ପର୍ଦ୍ଦଫାସ ହେବା ପରେ ବର୍ତ୍ତମାନ ଅଶୋକ ଗେହଲଟ ସରକାର ଆକ୍ସନ ମୁଡକୁ ଆସିଯାଇଛନ୍ତି । ପୂର୍ବରୁ ଏଡିଏମ, ଡିଏସପିଙ୍କ ସମେତ ୨୦ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ବିବାଦ ବଢ଼ିଚାଲିଥିବାରୁ ପୁଣି ୩୭ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ମୁତାବକ, ଏହି ବଡ଼ଧରଣର ପରବର୍ତ୍ତନ ସହିତ ରିଟ ମାମଲାର କୌଣସି ନେଣଦେଣ ନଥିବା କୁହାଯାଉଛି । ତେବେ ଗୋଟିଏ ଗୋଟିଏ ପଟେ ରାଜ୍ୟରେ ଏକ ବଡ଼ଧରଣର ଘୋଟାଲାକୁ ନେଇ ବିବାଦ ଥମୁନଥିବା ବେଳେ ଏହି ସମୟରେ ସରକାରଙ୍କ ଏପରି ପଦକ୍ଷେପକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏହି ବିଜ୍ଞପ୍ତିରେ ଟୋକିଓ ପାରାଲିମ୍ପିକର ଗୋଲ୍ଡ ମେଡାଲିଷ୍ଟ ଅବନି ଲେଖରାଙ୍କ ପିତା ପ୍ରବିଣ କୁମାର ଲେଖରାଙ୍କ ନାମ ମଧ୍ୟ ସାମିଲ ରହିଛି । ତାଙ୍କୁ ଶିକ୍ଷା ବିଭାଗର ସଂଯୁକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.