fbpx

ଗୁରୁଗ୍ରାମରେ ହେବ ୪୦୦ କୋଟିର ବିଲଡିଂ, ସିଙ୍ଗାପୁର ବିଲ୍ଡର ବନାଇବେ ବିଳାସପୂର୍ଣ୍ଣ ଅଟ୍ଟାଳିକା

Advertisement

ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁଗ୍ରାମରେ ତିଆରି ହୋଇଥିବା ଦେଶର ପ୍ରଥମ ଅର୍ବନ ଏକ୍ସପ୍ରେସୱେ ପାଖରେ ଶୀଘ୍ର ହିଁ ବିଳାସପୂର୍ଣ୍ଣ ଘର ତିଆରି ହେବାକୁ ଯାଉଛି । ସିଙ୍ଗାପୁରର ବିଲ୍ଡର ଏଠାରେ ଘର ତିଆରି କରିବା ପାଇଁ ଜମି ମଧ୍ୟ କିଣି ସାରିଛନ୍ତି । ଏହି ବିଲ୍ଡର ଭାରତ ପାଇଁ ନୂଆ ନୁହନ୍ତି, ବରଂ ନୋଏଡାରେ ମଧ୍ୟ ତାଙ୍କର ପ୍ରୋଜେକ୍ଟ ଲଞ୍ଚ ହୋଇ ସାରିଛି । ବିଲ୍ଡର ଜଣକ ଗୁରୁଗ୍ରାମରେ ୭.୮୧ ଏକର ଜମି କିଣିଛନ୍ତି । କିନ୍ତୁ, ଏଠାରେ ତିଆରି ହେବାକୁ ଥିବା ବିଳାସପୂର୍ଣ୍ଣ ଅଟ୍ଟାଳିକା ସାଧାରଣ ଲୋକଙ୍କ ରହିବା ପାଇଁ ଏକ ସ୍ୱପ୍ନ ହେବ । ଏଥିରୁ ଅନୁମାନ ବା ଆକଳନ ତ କରି ପାରୁଥିବେ, ଏହି ବିଳାସପୂର୍ଣ୍ଣ ଅଟ୍ଟାଳିକା ପାଇଁ କେତେ ଯେ, ଟଙ୍କାର ବର୍ଷା ହେବ । ତାପରେ ଯାଇ ଅଟ୍ଟାଳିକ ବନିବ ।

ସିଙ୍ଗାପୁର ବିଲ୍ଡର ଏକ୍ସପର୍ସନ ହୋଲଡିଂସ ପ୍ରାଇଭେଟ ଲିମିଟେଡ ଭାରତରେ ଏହି ଅଟ୍ଟାଳିକା କରିବା ପାଇଁ ଜମି ଅଧିଗ୍ରହଣ କରି ସାରିଛନ୍ତି । ପ୍ରାୟ ୭.୮୧ ଏକର ଜମିରେ ୪୦୦ କୋଟି ଖର୍ଚ୍ଚରେ ଏହା ନିର୍ମିତ ହେବ । ଏହା ଦ୍ୱାରକା ଏକ୍ସପ୍ରେସୱେ ପାଖରେ ଥିବାରୁ ଗୁରୁଗ୍ରାମ ଯିବାକୁ ସହଜ ହେବ । ୩୦ ଲକ୍ଷ ବର୍ଗଫୁଟରେ ଏହା ତିଆରି ହେବ ।

Get real time updates directly on you device, subscribe now.