fbpx

ରଥଯାତ୍ରା ପାଇଁ ୪ଥର ହେବ କୋଭିଡ ଟେଷ୍ଟ

ପୁରୀ(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ବେଳେ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ରଥ ସହ ସମ୍ପୃକ୍ତ ସେବାୟତଙ୍କ ୪ ଥର ଆରଟି-ପିସିଆର ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେବାୟତ, ପୋଲିସ କର୍ମଚାରୀ, ମନ୍ଦିର ଅଧିକାରୀଙ୍କ କୋଭିଡ ଟେଷ୍ଟ ହେବ । ରଥଯାତ୍ରାର ରିତିନୀତିର ୪୮ ଘଣ୍ଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ ହେବ ।

ଏହା ସହିତ ଗୁଣ୍ଡିଚାଯାତ୍ରା , ସ୍ନାନଯାତ୍ରା, ବାହୁଡାଯାତ୍ରା ପୂର୍ବରୁ ଆରଟି-ପିସିଆର ଟେଷ୍ଟ ହେବ । ନୀଳାଦ୍ରି ବିଜେର ୧୫ ଦିନ ପୂର୍ବରୁ ବି ଆରଟି-ପିସିଆର ଟେଷ୍ଟ ହେବ । ରଥଯାତ୍ରାରେ ସାମିଲ ସବୁ ସେବାୟତ, କର୍ମଚାରୀ ଙ୍କୁ ଟିକା ଦିଆଯିବ । ଯୋଗସୂତ୍ର କରିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମଓ ଅଫିସ ମଧ୍ୟରେ ସେ ଯୋଗସୂତ୍ର ରକ୍ଷା କରିବେ । ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.