fbpx

ଜୁନ୍ ୨୬ରେ ହେବାକୁ ଯାଉଥିବା ଲୋକସଭା ବାଚସ୍ପତି ନିର୍ବାଚନର ମତଦାନରୁ ବାଦ୍ ପଡ଼ିଲେ ୭ ଜଣ ସାଂସଦ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୧ଟା ସମୟରେ ଲୋକସଭା ବାଚସ୍ପତି ନିର୍ବାଚନରେ ସାଂସଦମାନେ ମତଦାନ କରିବେ । ବିଜେପି ପକ୍ଷରୁ ଓମ୍ ବିର୍ଲାଙ୍କୁ ଏଥିପାଇଁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ କେ. ସୁରେଶଙ୍କୁ ପ୍ରାର୍ଥୀ କରିଛି । ତେବେ ଲୋକସଭାରେ ବିଜେପିର ସଂଖ୍ୟାଗରିଷ୍ଠ ସଦସ୍ୟ ରହିଥିବାରୁ ଶ୍ରୀ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବାର ଅଧିକ ସମ୍ଭାବନା ରହିଛି । ରାହୁଲ ଗାନ୍ଧୀ ୱାୟନାଡରୁ ଇସ୍ତଫା ଦେବା ପରେ ଏବେ ଉକ୍ତ ଆସନଟି ଖାଲି ରହିଛି ।

ତେଣୁ ମୋଟ ୫୪୨ଟି ଆସନ ମଧ୍ୟରୁ ୨୭୧ଟି ଆସନରେ ଶ୍ରୀ ବିର୍ଲାଙ୍କୁ ବିଜୟୀ ହେବାକୁ ପଡ଼ିବ । ଏନଡିଏର ମୋଟ ସଦସ୍ୟ ସଂଖ୍ୟା ୨୯୩ ରହିଥିବା ବେଳେ ବିରୋଧୀଙ୍କର ୨୩୩ ଜଣ ସଦସ୍ୟ ରହିଛନ୍ତି । ତେବେ ଆସନ୍ତାକାଲି ହେବାକୁ ଥିବା ନିର୍ବାଚନରେ ୭ ଜଣ ସାଂସଦ ମତଦାନ କରିପାରିବେ ନାହିଁ । ନବନିର୍ବାଚିତ ସାଂସଦମାନଙ୍କୁ ଆଜି ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ଶପଥ ଗ୍ରହଣ କରାଯାଇଥିବା ବେଳେ ୭ ଜଣ ଆଜି ଶପଥ ନେଇନାହାନ୍ତି । ତେଣୁ ଶପଥ ନେଇ ନଥିବା ସାଂସଦମାନେ ଆସନ୍ତାକାଲି ମତଦାନ ପ୍ରକ୍ରିୟାରେ ଅଂଶଗ୍ରହର କରିପାରିବେ ନାହିଁ ।

Get real time updates directly on you device, subscribe now.