fbpx

୭୯ ଜଣ BJD ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ବିଭିନ୍ନ ଜିଲ୍ଲାରେ ତା’ର ସଂଗଠନକୁ ପୁନର୍ଗଠନ କରୁଛି । ନିକଟରେ ଦଳ କିଛି ଜିଲ୍ଲାରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକ ଭାବେ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଥିଲା । ଆଜି ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ନୂଆ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ।

ସୁନ୍ଦରଗଡ଼ ବିଜେଡି ଜିଲ୍ଲା ସଂଗଠନକୁ ପୁନର୍ଗଠନ କରାଯାଇଛି । ୮ ଜଣ ଉପସଭାପତି, ୧୬ ଜଣ ସାଧାରଣ ସମ୍ପାଦକ, ୩୫ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଉପଦେଷ୍ଟା କମିଟିରେ ୧୯ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଗତ ୧୬ ତାରିଖରେ ବିଜେଡି ସୁପ୍ରିମୋ ଜଗତସିଂହପୁର ଜିଲ୍ଲା ବିଜେଡିରେ କିଛି ନୂଆ ନେତାଙ୍କୁ ନିଯୁକ୍ତି ଦେଇଥିଲେ ।

ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ଓ ୮ଟି ବ୍ଲକରେ ୧୨ ଜଣ ବରିଷ୍ଠ ଉପସଭାପତି, ୧୪ ଜଣ ଉପସଭାପତି, ୨୮ ଜଣ ସାଧାରଣ ସମ୍ପାଦକ, ୪୫ ଜଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଥିଲା । ଏଥିସହିତ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା କମିଟି ଦାୟିତ୍ୱ ଦିଆଯାଇଥିଲା । ସେହିପରି ଗତ ୧୫ ତାରିଖରେ ଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ପୁନର୍ଗଠିତ ହୋଇଥିଲା । ଜିଲ୍ଲା ସଂଗଠନ, ଛାତ୍ର ସଂଗଠନ ଓ ମହିଳା ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦଳର ସୁପ୍ରିମୋ ଅନେକ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ।

Get real time updates directly on you device, subscribe now.