fbpx

ଆଜି ବି ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ, ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ମାକେର୍ଟ

Advertisement

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ବାତ୍ୟା “ୟଶ୍’କୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଜାରି ହୋଇଥିବା ଲକ୍‌ଡାଉନ୍‌ କଟକଣାକୁ ୨ ଦିନ ପାଇଁ ଅର୍ଥାତ ଚଳିତ ମାସ ୨୪ ତାରିଖ (ସୋମବାର) ଓ ୨୫ ତାରିଖ (ମଙ୍ଗଳବାର) ପାଇଁ ସାମାନ୍ୟ କୋହଳ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେମବାର ଦିନ ବଜାର ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲାଥିଲା। ମଙ୍ଗଳବାର ମଧ୍ୟ ବାତ୍ୟା ଯୋଗୁଁ ୧୦ ଜିଲ୍ଳାରେ କଟକଣା କୋହଳ କରାଯିବ

ସୂଚନା ମୁତାବିକ,  ୧୦ଜିଲ୍ଲା ଅର୍ଥାତ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ,କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଚଳିତ ମାସ ୨୪ ଓ୨୫ ତାରିଖରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ରାସ୍ତାକଡ଼ ଦୋକାନ,ଗୋଟିକିଆ ଦୋକାନ, ଓମ୍‌ଫେଡ୍‌ ଦୋକାନ (କେବଳ କ୍ଷୀର ବିକ୍ରି ପାଇଁ),କ୍ଷୀର ବୁଥ୍‌, ଦୁଗ୍ଧଜାତ ଜିନିଷ ବିକ୍ରି କରୁଥିବା ଦୋକାନ, ପାଉଁରୁଟି ଓ ଅନ୍ୟାନ୍ୟରାସନ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହିବ ।

ସେହିପରି ପରିବା,ମାଛ, ମାଂସ ଓ ଅଣ୍ଡା ଦୋକାନ ମଧ୍ୟ ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲାରହିବ । ଏହା ପୂର୍ବରୁ ସାରା ରାଜ୍ୟରେ କିଣାକିଣି ପାଇଁ ସକାଳ ୭ଟାରୁଦିନ ୧୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ କୋହଳ ରଖାଯାଇଥିଲା ।

Get real time updates directly on you device, subscribe now.