fbpx

Microsoft ପକ୍ଷରୁ ବଡ଼ ବୟାନ ଜାରି ହେଲା: ଆଉଟେଜ୍ କାରଣରୁ ପ୍ରଭାବିତ ହୋଇଛି ୮୫ ଲକ୍ଷ ଡିଭାଇସ୍

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରେ ବିଶ୍ୱର ଅନ୍ୟତମ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟରେ ସୃଷ୍ଟି ହୋଇଥିବା ସଙ୍କଟର ପ୍ରଭାବ ସାରା ବିଶ୍ୱରେ ପଡ଼ିଥିଲା । ବ୍ୟାଙ୍କିଂ ସେବା ଠାରୁ ଆରମ୍ଭ କରି ହସ୍ପିଟାଲିଟି, ବିମାନ ସେବା ସବୁ କ୍ଷେତ୍ରରେ ମାଇକ୍ରୋସଫ୍ଟ ଆଉଟେଜର ପ୍ରଭାବ ପଡ଼ିଥିଲା । ସେହି କାରଣ ପାଇଁ ଭାରତୀୟ ଏୟାରଲାଇନ୍ସ ଇଣ୍ଡିଗୋ ଦେଶରେ ପାଖାପାଖି ୨୦୦ ବିମାନକୁ ରଦ୍ଦ କରିଦେଇଥିଲା । ସେହିପରି ମାଇକ୍ରୋସଫ୍ଟ ସଙ୍କଟ କାରଣରୁ ଆମେରିକୀୟ ଏୟାରଲାଇନ୍ସରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ସମେତ ସିଙ୍ଗାପୁର, ଅଷ୍ଟ୍ରେଲିଆ, ହଂକଂ, ସ୍ପେନ, ବ୍ରିଟେନ ପରି ବିଶ୍ୱର ଅନେକ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ସେବା ଠପ୍ ହୋଇଯାଇଥିଲା ।

କ୍ରାଉଡଷ୍ଟ୍ରାଇକ୍ ଅପଡେଟ୍ କାରଣରୁ ବିଶ୍ୱ ସ୍ତରରେ ଅନେକ ଆଇଟି ସିଷ୍ଟମ ବନ୍ଦ ହୋଇଯାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ ଏକ ବୟାନରେ କୁହାଯାଇଥିଲା । ସେହିପରି ଏହା ସୁରକ୍ଷା ସହ ଜଡ଼ିତ ମାମଲା କି ସାଇବର ଆକ୍ରମଣ ମାମଲା ନୁହେଁ । ସମସ୍ୟାକୁ ଚିହ୍ନଟ କରାଯିବା ସହ ତାହାକୁ ଅଲଗା କରାଯାଇଛି ଓ ତା’ର ସମାଧାନ କରାଯାଇଛି ବୋଲି କ୍ରାଉଡଷ୍ଟ୍ରାଇକ୍ ସିଇଓ କହିଥିଲେ । ତେବେ ଏହା ମଧ୍ୟରେ ମାଇକ୍ରୋସଫ୍ଟ ପକ୍ଷରୁ ଏକ ବଡ଼ ବୟାନ ଜାରି କରାଯାଇଛି । ଆଉଟେଜ୍ କାରଣରୁ ୮୫ ଲକ୍ଷ ଡିଭାଇସ ପ୍ରଭାବିତ ହୋଇଥିବା ଏହି ଟେକ୍ କମ୍ପାନୀ ପକ୍ଷରୁ ବୟାନ ଜାରି କରାଯାଇଛି ।

ଏକ ବ୍ଲଗରେ କୁହାଯାଇଛି, କ୍ରାଉଡଷ୍ଟ୍ରାଇକ ଅପଡେଟ୍ କାରଣରୁ ୮.୫ ମିଲିୟନ ୱିଣ୍ଡୋଜ୍ ଡିଭାଇସ୍ ପ୍ରଭାବିତ ହୋଇଥିଲା । ଅର୍ଥାତ ସମସ୍ତ ୱିଣ୍ଡୋଜ ମେଶିନ ମଧ୍ୟରେ ୧ ପ୍ରତିଶତରୁ କମକୁ ପ୍ରଭାବିତ କରିଥିଲା । କ୍ରାଉଡଷ୍ଟ୍ରାଇକର ଏକ ସ୍କେଲେବଲ ସଲ୍ୟୁସନ ଡେଭଲପ୍ କରିବାରେ ସହାୟକ ହୋଇଛି । ଏହା ମାଇକ୍ରୋସଫ୍ଟର ଏଜେଞାର ଇନଫ୍ରାଷ୍ଟ୍ରକଚରକୁ ଦ୍ରୁତ ଭାବେ ଠିକ୍ କରିବାରେ ସହାୟକ ହେବ ବୋଲି କୁହାଯାଇଛି । ଆଉଟେଜ ପୂର୍ବରୁ କ୍ରାଉଡଷ୍ଟ୍ରାଇ ମାର୍କେଟ କ୍ୟାପ ୮୩ ଅରବ ଡଲାର ରହିଥିବା ବେଳେ ଆଉଟେଜ ପରେ କମ୍ପାନୀର ଶେୟାର ହ୍ରାସ ଘଟି ୮.୮ ଅରବ ଡଲାର ହୋଇଯାଇଥିଲା । ଅର୍ଥାତ ଆଉଟେଜ୍ କାରଣରୁ କମ୍ପାନୀକୁ ପାଖାପାଖି ୭୩ ହଜାର କୋଟିର କ୍ଷତି ସହିବାକୁ ପଡ଼ିଥିଲା ।

Get real time updates directly on you device, subscribe now.