fbpx

୯ ସେକେଣ୍ଡରେ ମାଟିରେ ମିଶିବ ୯୦୦ କୋଟି…

ନୂଆଦିଲ୍ଲୀ: ନୋଏଡା ସେକ୍ଟର -୩ ଠାରେ ଅବସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୱାର ଭାଙ୍ଗିବା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଅପରାହ୍ନ ୨.୩୦ ମିନିଟରେ ଏହି ଟ୍ୱିନ୍ ଟାୱାରକୁ ଭାଙ୍ଗି ଦିଆଯିବ । ମୁମ୍ବାଇ ସ୍ଥିତ ଏଡଫିସ୍ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ସହେଯାଗୀ ଜେଟ୍ ଡିମୋଲିସନ୍ ଏହି ଟ୍ୱିନ ଟାୱାରକୁ ଭାଙ୍ଗିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି । ତେବେ ୩୨ ମହଲା ଆପେକ୍ସ ଏବଂ ୨୯ ମହଲା ସିଆନ୍ ଟାୱାରରେ ୩୭୦୦୦ କିଲୋଗ୍ରାମର ଏକ ବିସ୍ପୋରକ ଲଗାଯାଇ ତାରରେ ଯୋଡି ଦିଆଯାଇଛି ।ସେହିପରି ଏହାର ମୁଖ୍ୟ ତାରକୁ ଏକ ସୁଇଜ୍ ସହ ଯୋଡା ହୋଇଛି । ଯାହାକୁ ପ୍ରେସ କରିବା କ୍ଷଣି ମାତ୍ର ୯ ସେକେଣ୍ଡରେ ଧୂଳିସାଦ ହୋଇଯିବ ଏହି ଟ୍ୱିନ୍ ଟାୱାର । ତେବେ ଲୋକଙ୍କ ସୁରକ୍ଷା ପାଇଁ ଏହାର ଆଖପାଖ ରାସ୍ତାକୁ ବନ୍ଦ କରାଯିବା ସହ ସମଗ୍ର ଅଞ୍ଚଳକୁ ଫ୍ଲାଇଙ୍ଗ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ତେବେ ଡିସିପି ସେଣ୍ଟ୍ରାଲ ରାଜେଶ ଏସ କହିଛନ୍ତି ଯେ ଏହି ସୁପରଟେକ୍ ଟ୍ୱିନ ଟାୱାର ଭାଙ୍ଗିବା ପୂର୍ବରୁ ୫୬୦ ଜଣ ପୋଲିସ କର୍ମଚାରୀ ୧୦୦ ରିଜର୍ଭ ଫୋର୍ସ କର୍ମଚାରୀ ୪ ଟି କୁଇକ୍ ରେସପନ୍ସ ଟିମ୍ ଏବଂ ଏନ ଡି ଆର୍ ଏଫ୍ ଟିମ୍ କୁ ନିୟୋଜିତ ଅଛନ୍ତିି । ସେହିପରି ଟ୍ରାଫିକ୍ ଡାଇଭର୍ସନ ପଏଣ୍ଟ ମଧ୍ୟ ସକ୍ରିୟ ରହିଛି । ତେବେ ଡିସିପି ସେଣ୍ଟ୍ରାଲ ରାଜେଶ ଏସ ଆହୁରି ମଧ୍ୟ କହିଛନ୍ତି ଯେ ବିସ୍ପୋରଣ ପୂର୍ବରୁ ପାଖାପାଖି ଅପରାହ୍ନ ୨.୧୫ ମିନିଟରେ ସମସ୍ତ ଏକ୍ସପ୍ରେସକୁ ବନ୍ଦ କରାଯିବ । ଅନ୍ୟପକ୍ଷେ ଏହି ଟ୍ୱିନ ଟାୱାର ଭାଙ୍ଗିବା ପରେ ପ୍ରଭାବିତ ଅଞ୍ଚଳ ପାଇଁ ୧୦୦ଟି ୱାଟର ଟ୍ୟାଙ୍କ, ୧୫ଟି ଆଣ୍ଟି ସ୍ମଗ ଗନ୍, ୬ଟି ମେକାନିକାଲ ସୁଇପିଂ ମେସିନ୍, ୨୦୦ ସୁଇପର ଏବଂ ୨୦ଟି ଟ୍ରାକ୍ଟର ଟ୍ରଲିକୁ ନିୟୋଜିତ କରାଯାଇଛି ।

ଏହି ଟ୍ୱିନ ଟାୱାରକୁ ଭାଙ୍ଗିବା ପାଇଁ ୧୧ ଏପ୍ରିଲ ୨୦୧୪ ମସିହାରେ ଆହ୍ଲାବାଦ ହାଇକୋର୍ଟ ନିଦ୍ଦେର୍ଶ ଦେଇଥିଲେ । ଯାହାକୁ ନେଇ ସୁପରଟେକ୍ ବିଲଡର୍ ସୁପ୍ରିକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଶେଷରେ ୩୧, ଅଗଷ୍ଟ ୨୦୨୧ ରେ ସୁପ୍ରିମକୋର୍ଟ ଏହି ଟ୍ୱିନ ଟାୱାରକୁ ୩ ମାସ ମଧ୍ୟରେ ଭାଙ୍ଗିବା ପାଇଁ ନିଦ୍ଦେର୍ଶ ଦେଇଥିଲେ । ତେବେ ୩ ଥର ତାରିଖକୁ ବଢାଇବା ପରେ ଶଏଷରେ ଆଜି ଏହାକୁ ଭଙ୍ଗାଯିବ ।

Get real time updates directly on you device, subscribe now.