fbpx

ମାଲିକଙ୍କୁ ଝଟକା ! ୧୦ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ହେବ ରଦ୍ଦ, ଜାଣନ୍ତୁ କଣ ରହିଛି ନୂତନ ଆଦେଶ

ନୂଆଦିଲ୍ଲୀ : ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ପଞ୍ଜୀକରଣ ରଦ୍ଦ ହେବାକୁ ଯାଉଛି । ୨୦୨୨ ଜାନୁଆରୀ ୧ ପର୍ଯ୍ୟନ୍ତ ୧୦ ବର୍ଷ ପୂରଣ କରୁଥିବା ଡିଜେଲ୍ ଚାଳିତ ସମସ୍ତ ଯାନର ପଞ୍ଜୀକରଣ ରଦ୍ଦ କରାଯିବ । ଏମିତି ହେବାକୁ ଯାଉଛନ୍ତି ଦେଶର ରାଜଧାନୀ ଦିଲ୍ଲୀରେ । କିନ୍ତୁ ଏହି ଯାନ ପାଇଁ ଏନଓସି ଜାରି କରାଯିବ । ଯଦ୍ୱାରା ଅନ୍ୟ ସ୍ଥାନରେ ଏହି ଯାନର ପୁନଃ ପଞ୍ଜୀକରଣ କରାଯାଇ ପାରିବ । ଦିଲ୍ଲୀ ପରିବହନ ବିଭାଗ ଏହା ମଧ୍ୟ କହିଛନ୍ତି, ୧୫ ବର୍ଷ କିମ୍ବା ସେଥିରୁ ଅଧିକ ଅବଧି ପୂରଣ କରି ସାରିଥିବା ଡିଜେଲ୍ ଗାଡିର କୌଣସି ଏନଓସି ଜାରି କରାଯିବ ନାହିଁ ।

୧୦ ବର୍ଷ ପୁରୁଣା ଡିଜେଲ ଗାଡି କିମ୍ବା ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡିକୁ ଇଲେକ୍ଟ୍ରିକ ଯାନରେ ପରିବର୍ତ୍ତନ କରିବାର ବିକଳ୍ପ ରହିବ । ପରିବହନ ବିଭାଗ ଅନୁଯାୟୀ, ଏନଜିଟିର ଆଦେଶ ଅନୁରୂପ ବିଭାଗ ସର୍ବପ୍ରଥମେ ଆସନ୍ତା ବର୍ଷ ଜାନୁଆରୀ ୧ରେ ଦିଲ୍ଲୀର ସମସ୍ତ ଅଯୋଗ୍ୟ ଡିଜେଲ୍ ଗାଡିର ପଞ୍ଜୀକରଣ ବାତିଲ୍ କରାଯିବ । କେବଳ ୧୦ ବର୍ଷ ପୁରୁଣା ଡିଜେଲ ଗାଡି ପାଇଁ ଏନଓସି ଜାରି କରାଯିବ ।

ଦିଲ୍ଲୀ ପରିବହନ ବିଭାଗର ଆଦେଶରେ କୁହାଯାଇଛି, ଯଦି ମାଲିକ ୧୦ ବର୍ଷ ପୁରୁଣା ଡିଜେଲ୍ କିମ୍ବା ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନକୁ ଜାରି ରଖିବାକୁକ ଚାହୁଁଛନ୍ତି ତେବେ ସେମାନଙ୍କୁ ନିଜର ଗାଡିକୁ ଇଲେକ୍ଟ୍ରିକ ଯାନରେ ବଦଳାଇବାର ବିକଳ୍ପ ଦିଆଯିବ । କିଛି ସପ୍ତାହ ପୂର୍ବେ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ, ଇଭି କିଟ୍ ସହିତ ପୁରୁଣା ଡିଜେଲ୍ ଓ ପେଟ୍ରୋଲ ଗାଡିର ରେଟ୍ରୋଫିଟମେଣ୍ଟର ଅନୁମତି ଦିଆଯିବ ।

 

 

Get real time updates directly on you device, subscribe now.