ଓମିକ୍ରନ ଭୟ: ରାଜଧାନୀରେ ଖ୍ରୀଷ୍ଟମାସ୍ ପାଳନ ଉପରେ ଲାଗିଲା ରୋକ୍, କଟକଣା ଜାରି କଲେ ମୁଖ୍ୟମନ୍ତ୍ରୀ

ଓମିକ୍ରନ ପାଇଁ ଫିକା ପଡ଼ିବ ଖ୍ରୀଷ୍ଟମାସ । ଓମିକ୍ରନକୁ ଲକ୍ଷ୍ୟରେ ରଖି ଦିଲ୍ଲୀରେ ଖ୍ରୀଷ୍ଟମାସ  ପାଳନ ଉପରେ ରୋକ୍ ଲଗାଯାଇଛି । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ଉତ୍ସବ ପାଳନ ପାଇଁ ଦିଲ୍ଲୀର ଏନ୍ସିଟି ପକ୍ଷରୁ ବାରଣ ହୋଇଛି  । ଦେଶରେ ଓମିକ୍ରନ ସଂକ୍ରମଣରେ ବୃଦ୍ଧି ହେଉଥିବାରୁ ଏପରି ପରିସ୍ଥିତିରେ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସ ସମୟରେ ହେବାକୁ ଥିବା ଜନ ସମାବେଶ ଉପରେ ଦିଲ୍ଲୀ ସରକାର ରୋକ ଲଗାଇଛନ୍ତି  ।

ସୂଚନାଯୋଗ୍ୟ, ବର୍ତ୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା ଭାଇରସର ଏହି ନୂଆ ଭାରିଆଣ୍ଟ । ଦେଶରେ ମଧ୍ୟ ଏହା ଦ୍ରୁତ ଭାବରେ ବ୍ୟାପିବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ ୨୧୩ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।