fbpx

ମଧ୍ୟ ପ୍ରଦେଶ ପରେ ଏହି ରାଜ୍ୟରେ ଲାଗିଲା ନାଇଟ୍ କର୍ଫ୍ୟୁ, ୨୦୦ରୁ ଅଧିକ ଲୋକ ଏକଜୁଟ୍ ଉପରେ ଲାଗିଲା ରୋକ୍

ଚଣ୍ଡିଗଡ ୨୪।୧୨: ଦେଶରେ କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରନର ପ୍ରକୋପକୁ ଦୃଷ୍ଟିରେ ରଖି ହରିୟାଣା ସରକାର କଟକଣା ଘୋଷଣା କରିଛନ୍ତି। ରାଜ୍ୟରେ ରାତି ୧୧ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସାର୍ବଜନୀନ ସ୍ଥାନରେ ୨୦୦ରୁ ଅଧିକ ଲୋକଙ୍କ ଏକଜୁଟ ଉପରେ ରୋକ୍ ଲଗାଯାଇଛି। ହରିୟାଣା ପୂର୍ବରୁ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ପରି ବିଜେପି ଶାସିତ ରାଜ୍ୟଗୁଡିକରେ ମଧ୍ୟ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି।

ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକର ସମୀକ୍ଷା ପରେ ଖଟ୍ଟର କହିଛନ୍ତି, ରାଜ୍ୟରେ ଓମିକ୍ରନ କେସ୍ ବଢିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୨୦୨୨ ଜାନୁଆରୀ ୧ରୁ ସାର୍ବଜନୀନ କ୍ଷେତ୍ର ଗୁଡିକରେ ପ୍ରବେଶ ପାଇଁ ଡବଲ୍ ଡୋଜ୍ ଭ୍ୟାକ୍ସିନ ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ ସାର୍ବଜନୀନ ସ୍ଥାନରେ ୨୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ରୋକ୍ ଲଗାଯିବା ସହ ରାତି ୧୧ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି।

ଚଣ୍ଡୀଗଡ଼ରେ ୧ ଜାନୁଆରୀ ଠାରୁ କରୋନା ଭାକ୍ସିନ ବିନା ହୋଟେଲ, ମଲ୍, ମାର୍କେଟ, ବ୍ୟାଙ୍କ, ଜିମ୍ ଏବଂ ସିନେମା ହଲ କୌଣସି ସ୍ଥାନରେ ମଧ୍ୟ ପ୍ରବେଶ ମିଳିବ ନାହିଁ । ସବୁସ୍ଥାନରେ କେବଳ ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ହିଁ ପ୍ରବେଶ ଅନୁମତି ରହିଛି । ବିନା ଭାକ୍ସିନ ଧରାପଡ଼ିଲେ ୧୮ ବର୍ଷରୁ ଅଧିକଙ୍କ ଠାରୁ ୫୦୦ ଜରିମାନା ଆଦାୟ କରାଯିବ ।

Get real time updates directly on you device, subscribe now.