fbpx

ଚଣ୍ଡୀଗଡ଼ ମ୍ୟୁନିସିପାଲ୍ ନିର୍ବାଚନ ଫଳାଫଳକୁ ଆପ୍ ଓଡ଼ିଶାର ସ୍ୱାଗତ; ଆଗାମୀ ଦିନରେ ଆପ୍ ଓଡ଼ିଶାବାସୀଙ୍କ ବିକଳ୍ପ ବୋଲି କହିଲେ ରାଜ୍ୟ ଆବାହକ

ଚଣ୍ଡୀଗଡ଼ ମ୍ୟୁନିସିପାଲ୍ କର୍ପୋରେସନ ନିର୍ବାଚନରେ ୪୦% ଭୋଟ ପାଇବା ସହିତ ୧୪ ଟି ଆସନରୁ ଆପ୍  ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିଥିବାରୁ ଆପ୍ ଓଡ଼ିଶାର ରାଜ୍ୟ ଆବାହକ ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଚଣ୍ଡୀଗଡର ସାଧାରଣ ଜନତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଥମ ଥର ପାଇଁ ଚଣ୍ଡୀଗଡ଼ ମ୍ୟୁନିସିପାଟି ନିର୍ବାଚନ ଲଢୁଥିବା ଆମ୍ ଆଦମୀ ପାର୍ଟି ଏହି ନିର୍ବାଚନର ଫଳାଫଳକୁ ଆଗାମୀ ଦିନର ପଞ୍ଜାବ ନିର୍ବାଚନ ପାଇଁ ସଙ୍କେତ ବୋଲି ଘୋଷଣା କରିଛି । ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ଵାସ୍ଥ୍ୟ, ବିଜୁଳି, ପାଣି, ଏବଂ ରୋଜଗାରର ରାଜନୀତି ଆଗାମୀ ଦିନରେ ସାରା ଦେଶକୁ ପ୍ରଭାବିତ କରିବା ସହିତ ଓଡ଼ିଶାରେ ମଧ୍ୟ ଲୋକଙ୍କର ଗ୍ରହଣୀୟତା ଲାଭ କରିବ ବୋଲି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଦାବି କରିଛନ୍ତି । ଯେଉଁପରି ଭାବେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଆପ୍ ର ଜନାଧାର ବଢିବା ସହିତ ବିକଳ୍ପ ରାଜନୀତି ପ୍ରତି ଲୋକଙ୍କର ଆଗ୍ରହ ବଢୁଛି ସେଥିରୁ ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି ଓଡ଼ିଶାବାସୀଙ୍କ ପାଇଁ ବିକଳ୍ପ ବୋଲି ସେ ଘୋଷଣା କରିଛନ୍ତି । ଏହି ଅବସରରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଆପ୍ କର୍ମୀମାନେ ସଂକଳ୍ପର ସହିତ କାମ କରିବା ପାଇଁ ସେ ଆହ୍ଵାନ ଦେଇଛନ୍ତି ।

Get real time updates directly on you device, subscribe now.