ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ପିଲାଙ୍କୁ ଟିକାକରଣ । ପ୍ରଥମ ଦିନରେ ପ୍ରାୟ ୧୩ ଲକ୍ଷ ପିଲାଙ୍କୁ ଟିକାକରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କୋ-ୱିନ୍ ଆପ୍ ସିଇଓ ଡାକ୍ତର ଆର.ଏସ ଶର୍ମା । ସେ କହିଛନ୍ତି ଦିନ ୩ଟା ସୁଦ୍ଧା ୧୩ ଲକ୍ଷ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଗଲାଣି । ଟିକା ନେବାକୁ ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିବା ନେଇ କହିଛନ୍ତି ଡାକ୍ତର ଶର୍ମା ।
ସୂଚନାଯୋଗ୍ୟ, ଆଜିଠାରୁ ଦେଶରେ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଏଥିପାଇଁ ଉଭୟ ଅନଲାଇନ ଏବଂ ଅନସ୍ପଟ୍ ରେ ପଞ୍ଜୀକରଣ କରି ଟିକା ନେଇ ପାରିବେ ୧୫ ରୁ ୧୮ ବର୍ଷ ର ପିଲା । ଯେଉଁମାନେ ୨୦୦୭ କିମ୍ବା ତା’ ପୂର୍ବରୁ ଜନ୍ମ ଗ୍ରହଣ କରିଥିବେ ସେହି ପିଲାମାନେ ଟିକା ନେଇପାରିବେ । ଏହାସହ ଆଧାର କାର୍ଡ ନଥିଲେ ଛାତ୍ର ପରିଚୟପତ୍ର ଦେଖାଇ ରେଜିଷ୍ଟ୍ରେସନ କରିପାରିବେ । ସରକାରୀ କେନ୍ଦ୍ରାରେ ମାଗଣାରେ ଟିକାକରଣ କରାଯାଉଥିବାବେଳେ ବେସରକାରୀ ହସ୍ପିଟାଲରେ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ।