fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ତ୍ରୁଟି: ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପଞ୍ଜାବ ସରକାରଙ୍କ ପକ୍ଷରୁ ହୋଇଥିବା ସାଙ୍ଘାତିକ ତ୍ରୁଟି କୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହୋଇପାରେ ।

ସେପଟେ ଘଟଣା ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ହୋଇଛି । ପଞ୍ଜାବ ସରକାରଙ୍କ ପକ୍ଷରୁ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର । ଏହି କମିଟିରେ ୨ ପୂର୍ବତନ ବିଚାରପତି ଅଛନ୍ତି, ଯେଉଁମାନଙ୍କୁ ୩ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବାକୁ ପଡ଼ିବ । ଏନେଇ ସରକାରଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ।

ତେବେ ଖରାପ ପାଗ ଯୋଗୁଁ ହେଲିକପ୍ଟର ବଦଳରେ କାରରେ ଯାଉଥିଲେ ମୋଦୀ । ସୁରକ୍ଷା ବ୍ୟବସ୍ଥା ନେଇ ପଞ୍ଜାବ ଡିଜିପିଙ୍କୁ ଅବଗତ ପରେ କାରରେ ଯାଉଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଯାଉଥିଲେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇ ନଥିଲା । କିନ୍ତୁ ହୁସେନୀୱାଲାରେ ଶହୀଦ ସ୍ମାରକ ଠାରୁ ୩୦ କିମି ଦୂରରୁ ଯେତେବେଳେ ମୋଦିଙ୍କ କାରକେଡ୍ ଏକ ଫ୍ଲାଏଓଭର ଉପରେ ପହଞ୍ଚିଥିଲା, ସେତେବେଳେ ସେଠାରେ କିଛି ବିକ୍ଷୋଭକାରୀ ରାସ୍ତା ଅବରୋଧ କରିଥିଲେ । ଫଳରେ ପ୍ରଧାନମନ୍ତ୍ରୀଙ୍କୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫସି ରହିଥିଲେ । ଦୀର୍ଘ ସମୟ ଫସିରହିବା ପରେ ରାଲି ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.