fbpx

ମୁମ୍ବାଇ ଇଣ୍ଡିଆନ୍ସ କଲାନି ରିଟେନ୍, ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲରେ ଏହି ଦଳର ମିଳିପାରେ ନେତୃତ୍ଵ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗରେ ଏଥର ଦୁଇଟି ନୂତନ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦ ସାମିଲ୍ ହୋଇଛନ୍ତି। ତେବେ ଏହି ଦୁଇ ନୂତନ ଦଳର ନେତୃତ୍ଵ କେଉଁ ଖେଳାଳିଙ୍କୁ ଦିଆଯିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଅହମ୍ମଦାବାଦ ଫ୍ରାଞ୍ଚାଇଜିର ଅଧିନାୟକ ହୋଇ ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏହି ଅଲରାଉଣ୍ଡର ଖେଳାଳିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଟେନ୍ କରିନଥିଲା। ତେବେ କୁହାଯାଉଥିଲା ଯେ, ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଧିନାୟକ ତଥା ମୁମ୍ବାଇର ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଅହମ୍ମଦାବାଦର ଦାୟିତ୍ଵ ଦିଆଯାଇପାରେ।

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଅହମ୍ମଦାବାଦ ଫ୍ରାଞ୍ଚାଇଜି ବରୋଦାର ଅଲରାଉଣ୍ଡର ହାର୍ଦ୍ଦିକଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିପାରେ। ଏଥିସହ ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ ସ୍ପିନର ରଶିଦ ଖାନ ମଧ୍ୟ ଦଳରେ ସାମିଲ୍ ହୋଇ ପାରନ୍ତି। ସେ ଦଳ ସହ ବିବାଦ କାରଣରୁ ହାଇଦ୍ରାବାଦ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

ଗତ ମାସରେ ଆଇପିଏଲର ପୁରୁଣା ୮ ଦଳ ନିଜ ପସନ୍ଦର ଖେଳାଳିଙ୍କୁ ଦଳରେ ରିଟେନ୍ କରିଛନ୍ତି। ତେବେ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଦଳକୁ କିଛି ଖେଳାଳିଙ୍କ ତାଲିକା ଚଳିତ ମାସର ଦ୍ଵିତୀୟ ସପ୍ତାହ ସୁଦ୍ଧା ଦେବାକୁ ପଡିବ। ଆଇପିଏଲର ଏଥର ଖେଳାଳିଙ୍କ ମେଗା ନିଲାମ ହେବାକୁ ଯାଉଛି। ଏହି ନିଲାମ ଫେବୃଆରୀ ୭ ଏବଂ ୮ରେ ଚେନ୍ନାଇରେ ଆୟୋଜିତ ହେବ।

Get real time updates directly on you device, subscribe now.