fbpx

କେଉଁ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ଅଛି ଆପଣଙ୍କ ଆଧାର କାର୍ଡ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଧାର କାର୍ଡ ଆଜିର ସମୟରେ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ବ୍ୟାଙ୍କ ଆକାଉଣ୍ଟରୁ ନେଇ ସରକାରୀ ଯୋଜନାଗୁଡ଼ିକର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଆବଶ୍ୟକ । ଇନକମ ଟ୍ୟାକ୍ସ ସହ ଜଡ଼ିତ କାମରେ ବି ଆଧାର କାର୍ଡ ଆବଶ୍ୟକ ପଡୁଛି । ଏଥିପାଇଁ ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ନମ୍ବର ଓ ପାନ୍ କାର୍ଡ ସହ ଲିଙ୍କ କରିବା ଜରୁରି । ବିନା ଆଧାର କାର୍ଡରେ କୌଣସି ବି ଜରୁରୀ କାମ କରିବାରେ ସମସ୍ୟା ହୋଇପାରେ ।

ଜଣେ ବ୍ୟକ୍ତିଙ୍କର ଗୋଟିଏ ମାତ୍ର ଆଧାର କାର୍ଡ ରହିଛି । କିନ୍ତୁ ଗୋଟିଏ ଆଧାର କାର୍ଡ ଥିଲେ ବି ବ୍ୟକ୍ତିଙ୍କ ପାଖରେ ଅନେକ ମୋବାଇଲ ନମ୍ବର ଓ ଅନେକ ବ୍ୟାଙ୍କ ଆକାଉଣ୍ଟ ଅଛି । ଏଥିପାଇଁ କେଉଁ ଆକାଉଣ୍ଟ ବା ମୋବାଇଲ ନମ୍ବରରେ ଆଧାର କାର୍ଡ ଲିଙ୍କ ବୋଲି ଅନେକ ଥର ଭ୍ରମିତ ହେବାକୁ ପଡିଥାଏ ।

ତେବେ ଆଧାର କାର୍ଡ ଆପଣଙ୍କ କେଉଁ ବ୍ୟାଙ୍କ ସହ ଲିଙ୍କ ଅଛି ଜାଣିବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହାର କିଛି ଉପାୟ…

– ସର୍ବପ୍ରଥମେ ଆପଣ UIDAIର ଅଫିସିଆଲ୍ ୱେବସାଇଟ୍ www.uidai.gov.inକୁ ଯାଆନ୍ତୁ ।
– ସେଠାରେ Check Your Aadhaar and Bank Accountର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
– ଏଠାରେ ଆପଣଙ୍କୁ ନିଜ ଆଧାର ନମ୍ବର ଓ ସିକ୍ୟୁରିଟି କୋଡ୍ ଏଣ୍ଟର କରିବାକୁ ପଡିବ ।
– ବର୍ତ୍ତମାନ ତୁମର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ ।
– ଏହି ଓଟିପିକୁ UIDAI ୱେବସାଇଟରେ ଏଣ୍ଟର କରନ୍ତୁ ।
– ଏଠାରେ ତୁମ ସାମ୍ନାରେ ଲଗଇନ୍ ଅପସନ୍ ଆସିବ । ଏହା ଉପରେ କ୍ଲିକ୍ କରନ୍ତୁ ।
– ଲଗ୍ ଇନ୍ କରିବା ପରେ ଆପଣଙ୍କ ଆଧାର ସହିତ ଲିଙ୍କ୍ ହୋଇଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟଗୁଡିକର ଡିଟେଲ୍ସ ସାମ୍ନାକୁ ଆସିବ ।

Get real time updates directly on you device, subscribe now.