fbpx

CMO_Odishaର ପ୍ରୋଫାଇଲ ଫଟୋ ପରିବର୍ତ୍ତନ: ନବୀନଙ୍କ ସ୍ଥାନରେ ଓଡ଼ିଶା ସରକାରଙ୍କ ଲୋଗୋ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରାଯାଇଛି । ଉଭୟ ଫେସବୁକ୍ ଏବଂ ଟ୍ୱିଟ୍ଟରରେ ଏହି ଫଟୋକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଉଭୟ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିଲା । ବର୍ତ୍ତମାନ ନବୀନଙ୍କ ସ୍ଥାନରେ ଓଡ଼ିଶା ସରକାରଙ୍କ ଲୋଗୋ ରଖାଯାଇଛି । ଏହା ସହିତ କଭର ଫଟୋ ଭାବରେ ଲୋକସେବା ଭବନକୁ ସ୍ଥାନ ଦିଆଯାଇଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟ୍ଟର ଓ ଫେସବୁକ ହ୍ୟାଣ୍ଡେଲରେ ପୂର୍ବପରି ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି । ଦିନକ ପୂର୍ବରୁ କ୍ୱିନସ ବ୍ୟାଟନ ରାଲିକୁ ନେଇ ଶେଷ ଫଟୋ ପୋଷ୍ଟ କରାଯାଇଥିଲା ।

Get real time updates directly on you device, subscribe now.