fbpx

Assembly Election 2022: ଜାନୁଆରୀ ୨୨ ପରେ ବି ରାଲି ଏବଂ ରୋଡ୍ ଶୋ ଉପରୁ ହଟିବ ନାହିଁ କଟକଣା !

ନୂଆଦିଲ୍ଲୀ : କରୋନା ପ୍ରକୋପ କାରଣରୁ ଜାନୁଆରୀ ୨୨ ପରେ ମଧ୍ୟ ପାଞ୍ଚ ନିର୍ବାଚନୀ ରାଜ୍ୟରେ କଟକଣା ହଟିବାର ସମ୍ଭାବନା ନାହିଁ । ଦେଶରେ କରୋନା କେସ୍ ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ପୂର୍ବବତ ରାଲି ଏବଂ ରୋଡ୍ ଶୋ ଉପରେ ରୋକ୍ ଜାରି ରହିପାରେ । ତେବେ ନିର୍ବାଚନ ଆୟୋଗ ପ୍ରଚାରରେ ଲାଗିଥିବା ଅନ୍ୟ କଟକଣା ଉପରେ କିଛିଟା କୋହଳ କରି ପାରନ୍ତି । ଏ ନେଇ ଜାନୁଆରୀ ୨୨ରେ ସମୀକ୍ଷା ବୈଠକରେ କିଛି ନିଷ୍ପତ୍ତି ନିଆଯାଇପାରେ ।

ଜାନୁଆରୀ ୮ରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ନିର୍ବାଚଣ ଆଚରଣ ବିଧି ଲାଗୁ ହୋଇ ଯାଇଛି । ଏଥିସହ ଆୟୋଗ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଲି, ରୋଡ ଶୋ, ସାଇକେଲ୍ ରାଲି, ପଦଯାତ୍ରା ଏବଂ କୌଣସି ପ୍ରକାରର ପ୍ରଦର୍ଶନ ଉପରେ ରୋକ୍ ଲଗାଇଛନ୍ତି । ତେବେ ଜାନୁଆରୀ ୧୫ରେ ପ୍ରଥମ ସମୀକ୍ଷା ପରେ ନିର୍ବାଚନ ଆୟୋଗ ରାଜନୈତିକ ପାର୍ଟି ପାଇଁ ୩୦୦ ଲୋକଙ୍କୁ ନେଇ ଇନଡୋର ବୈଠକ ଆୟୋଜନ କରିବାକୁ ଅନୁମତି ଦେଇଥିଲେ । ତଥାପି ରାଲି ଏବଂ ରୋଡ୍ ଶୋ ଉପରେ କଟକଣା ଜାନୁଆରୀ ୨୨ ପର୍ଯ୍ୟନ୍ତ ବଢାଇଥିଲେ।

ନିର୍ବାଚନ ଆୟୋଗ ନିର୍ବାଚନୀ ରାଜ୍ୟଗୁଡିକୁ ଟିକାକରଣ ଦ୍ରୁତ ବଢାଇବାକୁ କହିଛନ୍ତି । ଗୋଆ, ୟୁପି ଏବଂ ଉତ୍ତରାଖଣ୍ଡର ଟିକାକରଣର ଗତିକୁ ନେଇ ନିର୍ବାଚନ ଆୟୋଗ ସନ୍ତୋଷ ବ୍ୟକ୍ତ କରିଛନ୍ତି । କିନ୍ତୁ ପଞ୍ଜାବ ଏବଂ ମଣିପୁରରେ ଟିକାକରଣ ଗତିକୁ ଦେଖି ଆୟୋଗ ଚିନ୍ତା ବ୍ୟକ୍ତ କରିଛନ୍ତି । ପରବର୍ତ୍ତୀ ସମୀକ୍ଷା ବୈଠକରେ ଏହି ସବୁ ଆଧାରରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ଗ୍ରହଣ କରିବେ ।

Get real time updates directly on you device, subscribe now.