fbpx

ଇନ୍ଦୋରରେ କରୋନାର ନୂଆ ପ୍ରଜାତି ବିଏ-୨ ଚିହ୍ନଟ, କ୍ଷୀପ୍ର ସଂକ୍ରମଣ କ୍ଷମତା ଥିବା ସୂଚନା

ନୂଆଦିଲ୍ଲୀ: ଭାରତରେ ସୋମବାର କରୋନାର ଆଉ ଏକ ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହାର ନାମକରଣ ବିଏ-୨ ରଖାଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏହି ନୂଆ ପ୍ରଜାତିରେ ସଂକ୍ରମିତ ହୋଇଥିବା ୧୬ଜଣ କରୋନା ରୋଗୀଙ୍କଠାରେ ଏହି ଭୂତାଣୁ ଦେଖାଯାଇଛି, ଯେଉଁଥିରେ ୬ଜଣ ଶିଶୁ ରହିଛନ୍ତି । ଦେଶର ୫୩୦ ସାମ୍ପୁଲ ପରୀକ୍ଷଣ ପାଇଁ ପଠାଯାଇଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଡେନମାର୍କରେ ଏହି ବିଏ- ୨ ପ୍ରଜାତି ଭୂତାଣୁ ମଧ୍ୟ ଚିହ୍ନଟ ହୋଇଥିବା ନଜରକୁ ଆସିଛି । ଏହି ନୂଆ ପ୍ରଜାତି ଓମିକ୍ରନ ପରି ଖୁବ୍‌ଶୀଘ୍ର ସଂକ୍ରମଣ କରୁଥିବା ଜଣାପଡ଼ିଛି । କ୍ଷୀପ୍ର ସଂକ୍ରମଣ କ୍ଷମତା ରଖିଥିବା ବିଏ- ୨ ସାଧାରଣତଃ ଟେଷ୍ଟ କିଟ୍‌ରେ ଧରାପଡୁନଥିବା ବିଶେଷଜ୍ଞ କହିଛନ୍ତି । ସେଥିପାଇଁ ଏହାକୁ “ସ୍ପେଲ୍‌ଥ’ ଅବା ଲୁଚି ରହିଥିବା ଭୂତାଣୁର ନାମକରଣ କରାଯାଇଛି ।

Get real time updates directly on you device, subscribe now.