fbpx

ଶେଷରେ ବନ୍ଧାହେଲେ କୁବେର ASP ତ୍ରିନାଥ ମିଶ୍ର: ଭିଜିଲାନ୍ସକୁ ଚ୍ୟାଲେଞ୍ଜ କରି ଏପରି କହିଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ସରିଲା ଭିଜିଲାନ୍ସ ରେଡ୍ । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିତାଥ ମିଶ୍ର ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଏଏସପି ତ୍ରିନାଥଙ୍କ ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

ଅନ୍ୟପଟେ ଏହି ଘଟଣାରେ ଭିଜିଲାନ୍ସକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ । କୌଣସି ଗୋଟିଏ ପ୍ରମାଣ ଭିଜିଲାନ୍ସ ଦେଉ ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି । ଭିଜିଲାନ୍ସ ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି ତ୍ରିନାଥଙ୍କ ପତ୍ନୀ । ତାଙ୍କ କହିବା ମୁତାବକ, ‘ସବୁ ମିଛି, ସବୁ ପ୍ରମାଣ କୋର୍ଟରେ ଦେବି । ଭିଜିଲାନ୍ସ କିଛି କରିପାରିବ ନାହିଁ । ଭିଜିଲାନ୍ସ କହିଲା ୪ଟି କୋଠା, ଗୋଟିଏର ତ ପ୍ରମାଣ ଦେଉ । ମୋର ସବୁ ପୈତୃକ ସମ୍ପତ୍ତି । ମା’ଙ୍କ ନାଁରେ ସମ୍ପତ୍ତିକୁ ଦର୍ଶାଯାଉଛି । ପୁଅ ଡାକ୍ତର ହେଲେ ତାକୁ ବିଏମଡବ୍ଲୁ କାର ଦେବି ବୋଲି କହିଥିଲି । ସୁନା ଗହଣା ବନ୍ଧା ରଖି ୩୦ ଲକ୍ଷ ଟଙ୍କା ଡାଉନ୍ ପେମେଣ୍ଟ ଦେଇ କାର କିଣିଛି । ୩୦ ଲକ୍ଷ ପରେ ବାକି ଟଙ୍କା ବ୍ୟାଙ୍କୁ ଲୋନ୍ ନେଇ କାର୍ କିଣିଛି ।’

ସବୁ ଗାଡ଼ି ନମ୍ବର ୦୦୦୫ର ଗୁମର ବି ଖୋଲିଛନ୍ତି ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ । ସେ କହିଛନ୍ତି ଯେ, ‘ସାନପୁରର ଜନ୍ମଦିନ ୫ ତାରିଖରେ ହୋଇଥିବାରୁ ଗାଡ଼ି ନମ୍ବର ୫ ରଖିଛି । ଭିଜିଲାନ୍ସ ସହ କୋର୍ଟରେ ଦେଖାହେବ ।’ ଡିପାର୍ଟମେଣ୍ଟରେ ଗୋଡ଼ଟଣା ନୀତି ଓ ଈର୍ଷା ଯୋଗୁଁ ରେଡ୍ ହୋଇଥିବା କହିଛନ୍ତି ଦୀପ୍ତିମୟୀ ।

Get real time updates directly on you device, subscribe now.