fbpx

ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଇ ଦିନିଆ ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି ରାଜ୍ୟପାଳ ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ମୁଖ୍ୟ ଶାସନ ସଚିବ, ଡିଜିପି, ପୋଲିସ କମିସନର ଓ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ତେବେ ପୁରୀରେ ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେଇ ଭୁବନେଶ୍ୱର ବିମାନବନ୍ଦର ଫେରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଦୁଇ ଦିନ ଧରି କଡା ସୁରକ୍ଷା ବଳୟ ଭିତରେ ଥିଲା ଭୁବନେଶ୍ୱର ଏୟାରପୋର୍ଟ। ସୂଚନା ମୁତାବକ ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦଙ୍କ ଏହା ତୃତୀୟ ପୁରୀ ଗସ୍ତ ଥିଲା । ପ୍ରଥମ ଥର ୨୦୧୮ ମସିହା ମାର୍ଚ୍ଚରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିଥିଲେ। ଶେଷ ଥର ୨୦୨୧ ମସିହାରେ ବି ରାଷ୍ଟ୍ରପତି ପୁରୀ ଗସ୍ତରେ ଆସିଥିଲେ। ଗତକାଲି ରାଷ୍ଟ୍ରପତି ଗର୍ଭଗୃହରୁ ସପରିବାର ଶ୍ରୀଜିଉଙ୍କ ଦର୍ଶନ ପରେ ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ।

Get real time updates directly on you device, subscribe now.