fbpx

ମୁଣ୍ଡବିନ୍ଧା ପରେ ତୁରନ୍ତ ଖାଉଛନ୍ତି କି ପେନକିଲର୍? ହୋଇଯାଆନ୍ତୁ ସାବଧାନ୍, ଜୀବନ ନେଇପାରେ ଏହି ଅଭ୍ୟାସ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକମାନେ ପ୍ରାୟତଃ ଟେନସନ୍ ଓ ଡିପ୍ରେସନର ଶିକାର ହେଉଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ପେନ୍ କିଲରର ବ୍ୟବହାର କରନ୍ତି । ଅବଶ୍ୟ ଏହି ମେଡିସିନ୍ ଖାଇବାର ତୁରନ୍ତ ସେମାନଙ୍କୁ ଫାଇଦା ମିଳିଯାଏ, କିନ୍ତୁ ଦୀର୍ଘସମୟ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ।

ସାଧାରଣତଃ ଔଷଧ ଡିକ୍ଲୋଫେନାକ୍ ର ବ୍ୟବହାର ହାଟ୍ ଆଟାକ୍ ଭଳି ହୃଦୟ ସହ ଜଡ଼ିତ ମାରାତ୍ମକ ରୋଗର ଆଶଙ୍କାକୁ ବଢ଼ାଇପାରେ । ଏକ ଅଧ୍ୟୟନରେଏ ଏହି ବିଷୟକୁ ନେଇ ଚେତାବନୀ ଦିଆଯାଇଛି । ବିଏମଜିରେ ଲୁଚିଥିବା ଏହି ରିସର୍ଚ୍ଚରେ ଡିକ୍ଲୋଫେନାକ୍ ବ୍ୟବହାରକୁ ପାରାସିଟାମଲ ଓ ଅନ୍ୟ ପାରମ୍ପାରିକ ପ୍ରତିଷେଧକ ଔଷଧ ସହ ତୁଳନା କରାଯାଇଥିଲା ।

ଡେନମାର୍କ ସ୍ଥିତ ଆରହସ୍ ୟୁନିଭର୍ସିଟି ହସ୍ପିଟାଲର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ସାମାନ୍ୟ ବିକ୍ରି ପାଇଁ ଡିକ୍ଲୋଫେନାକ୍ ଉପଲବ୍ଧ ହେବା ଉଚିତ ନୁହେଁ । ଯଦି ଏହା ବିକ୍ରୟ ହୁଏ, ତେବେ ଏହାର ପ୍ୟାକେଟ ଆଗରେ ଏହାର ସମ୍ଭାବ୍ୟ ବିପଦ ବିଷୟରେ ବର୍ଣ୍ଣନା କରାଯିବା ଉଚିତ୍ । ତେବେ ଡିକ୍ଲୋଫେନାକ୍ ହେଉଛି ଏକ ପାରମ୍ପାରିକ ନନ୍-ଷ୍ଟେରଏଡାଲ୍ ଆଣ୍ଟି-ଇନଫ୍ଲାମେଟୋରୀ ଡ୍ରଗ୍, ଯାହାକି ସାରା ବିଶ୍ୱରରେ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ରିସର୍ଚ୍ଚ ଅନୁସାରେ, ଏହାକୁ ବ୍ୟବହାର କରିବା ଦ୍ୱାରା ହାଟ୍ ସମ୍ବନ୍ଧୀୟ ରୋଗର ବିପଦ ଅଧିକ ବଢ଼ିଯାଏ ।

Get real time updates directly on you device, subscribe now.