fbpx

ଫେସବୁକ୍ କମ୍ପାନୀ ମେଟାର ବଡ଼ ଘୋଷଣା, ରୁଷ ସରକାରୀ ମିଡିଆକୁ କରିବ ବ୍ଳକ୍

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ବଡ଼ ଘୋଷଣା କରିବ । ରୁଷ ମିଡିଆ ଆରଟି ଓ ସ୍ପୁଟନିକ୍ କୁ ୟୁରୋପୀୟ ୟୁନିଅନ୍ ରେ ବ୍ଲକ୍ କରିବ ମେଟା । ଏନେଇ ମଙ୍ଗଳବାର ଦିନ କମ୍ପାନୀର ଗ୍ଲୋବାଲ୍ ଆଫାୟାର୍ ହେଡ୍ ନିକ୍ କ୍ଲେଗ୍ ସୂଚନା ଦେଇଛନ୍ତି । ମେଟା ନିଜର ସମସ୍ତ ପ୍ଲାଟଫର୍ମରେ ରୁଷର ସରକାରୀ ମିଡିଆ ଆଉଟଲେଟ୍ ଆରଟି ଓ ସ୍ପୁଟନିକ୍ ଉପରେ ରୋକ୍ ଲଗାଇବ ।

ନିକ୍ କ୍ଲେଗ୍ ନିଜ ଟୁଇଟର୍ ରେ ଏକ ପୋଷ୍ଟ୍ ରେ କହିଛନ୍ତି ଯେ, କମ୍ପାନୀର ୟୁରୋପୀୟ ୟୁନିଅନ୍ ଓ ଅନେକ ଦେଶର ସରକାରଙ୍କ ପକ୍ଷରୁ ଅନୁରୋଧ ଆସିଛି । ତେବେ ସେ କହିଛନ୍ତି ଯେ, ମେଟା ଏବେକା ସମୟରେ ଳଗାତର ସରକାରଙ୍କ ସହିତ ଜଡ଼ିତ ହୋଇ କାମ କରୁଛି ।

କାନାଡାରେ ମଧ୍ୟ ଟେଲିକମ୍ ଅପରେଟର୍ସ ମାନେ ଆରଟି ଚ୍ୟାନେଲ୍ ଉପରେ ରୋକ୍ ଲଗାଇଛନ୍ତି । ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଟେକ୍ କମ୍ପାନୀ ଗୁଡ଼ିକ ପାଇଁ ରୁଷ ମିଡିଆର କଭରେଜ୍ ଏକ ବଡ଼ ସମସ୍ୟା ହୋଇଛି । ରୁଷ ଏହି ଆକ୍ରମଣକୁ ଏକ ସ୍ପେଶାଲ୍ ଅପରେସନ୍ ବୋଲି ଦର୍ଶାଉଛି । ମେଟା ବ୍ୟତୀତ ୟୁଟ୍ୟୁବ୍, ଗୁଗୁଲ ର ପ୍ୟାରେଣ୍ଟ୍ କମ୍ପାନୀ ଆଲ୍ଫାବେଟ୍ ଆଇଏନସି ମଧ୍ୟ ରୁଷର ସରକାରୀ ମିଡିଆ ବିରୋଧରେ ପଦକ୍ଷେପ ଗ୍ରହଣ କରିଛି ।

Get real time updates directly on you device, subscribe now.